ପ୍ରମୂଖ ଖବର
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ବୟାଳିଶ ମୌଜାରେ ଗୁଳି କରି ହତ୍ୟା କରିବା ଘଟଣା ; ଅଭିଯୁକ୍ତ ପ୍ରକାଶ ସୂତାର ଗିରଫ

Published By : Prameya | March 16, 2025 4:52 PM

କଟକ,୧୬/୩ : କଟକ ବୟାଳିଶ ମୌଜା ଶ୍ରୀ କୃଷ୍ଣ ବିହାରରେ ବ୍ୟବସାୟୀ ବିକାଶ ମହାନ୍ତିଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ବିକାଶଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରକାଶ ସୂତାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ। କ୍ୟାରମ ଖେଳ ସମୟରେ ହୋଇଥିବା ଗଣ୍ଡଗୋଳ ଯୋଗୁଁ ପ୍ରକାଶ ବିକାଶଙ୍କୁ ହତ୍ୟା କରିଥିବା କଥା କହିଛନ୍ତି କଟକ ଡିସିପି।

ଗତକାଲି ବେଶ୍ ଧୁମ୍ ଧାମରେ ହୋଲି ପାଳନ ହେଉଥିଲା। ସମସ୍ତେ ହୋଲି ରଙ୍ଗରେ ଓ ନିଜ ନିଜ ମଧ୍ୟରେ ଖୁସି ମନାଇବାରେ ବ୍ୟସ୍ତ ଥିବାବେଳେ ଅପରାହ୍ନ ସମୟରେ କଟକ ସହର ଉପ କଣ୍ଠ ବୟାଳିଶ ମୌଜା ଶ୍ରିକୃଷ୍ଣ ବିହାର ଅଞ୍ଚଳରେ ଥିବା ଏକ ଘରେ ଫୁଟିଥିଲା ଗୁଳି। ଏହି ଗୁଳିରେ ଟଳି ପଡ଼ିଥିଲେ ଜଗତସିଂପୁର ଅଞ୍ଚଳର ୩୭ ବର୍ଷୀୟ ଯୁବକ ବିକାଶ ମହାନ୍ତି। ବିକାଶ ପେଶାରେ ଜଣେ ମୋଟର ପାର୍ଟସ୍ ବ୍ୟବସାୟୀ ଥିବାବେଳେ ଗତକାଲି ସାଙ୍ଗମାନଙ୍କ ସହ ଭୋଜି ଖାଇବା ପାଇଁ ଶ୍ରିକୃଷ୍ଟ ବିହାର ଯାଇଥିଲେ। ହେଲେ ସେଠାରେ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରକାଶ ବିକାଶଙ୍କୁ ଗୁଳି କରି ହତ୍ୟା କରିଥିଲେ। 

ଏହାପରେ ବୟାଳିଶ ମୌଜା ଥାନା ପୋଲିସ, କଟକ ଡିସିପି ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ ବିନ୍ କରିଥିଲେ। ଏହି ସମୟରେ ସେଠାରେ ସେଠାରେ ହତ୍ୟା ଅଭିଯୁକ୍ତ ପ୍ରକାଶ କୁ ଉଠାଇ ନେଇଥିଲା ପୋଲିସ। ଆଜି କଟକ ଏସସିବିରେ ମୃତକ ବିକାଶଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଛି। ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ବିକାଶ ବିବାହିତ ଥିଲେ ତାଙ୍କର ୪ ବର୍ଷର ପୁଅ ଅଛି । ଏହା ସହ ଜଣେ ବ୍ୟବସାୟୀ ଥିଲେ ଏଥିପାଇଁ ଯୋଜନା ବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଅନ୍ୟପଟେ ଅଭିଯୁକ୍ତ ପ୍ରକାଶ ସୂତାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ। କ୍ୟାରମ ଖେଳ ସମୟରେ ହୋଇଥିବା ଗଣ୍ଡଗୋଳ ଯୋଗୁଁ ଉତକ୍ଷିପ୍ତ ହୋଇ ବିକାଶଙ୍କ ମୁଣ୍ଡକୁ ପ୍ରକାଶ ଗୁଳି କରିଥିବା କଥା କହିଛି ପୋଲିସ। ପ୍ରକାଶ ,ବିକାଶ ଓ ଅନ୍ୟମାନେ ସେଠାରେ ଭୋଜି ଭାତ ଓ ନିଶା ସେବନ କରିଥିଲେ। ବଚସା ବେଳେ ପ୍ରକାଶ ହଟାତ୍ ବନ୍ଧୁକ ରୁ ଗୁଳି ଚଳାଇଥିଲେ। ପ୍ରକାଶ ବ୍ୟବହାର କରିଥିବା ବନ୍ଧୁକ ଭୁବନେଶ୍ୱରର ଜଣେ ଅପରାଧୀଙ୍କ ନିକଟରୁ ଆଣି ନିଜ ଗାଁ କେନ୍ଦ୍ରାପଡ଼ା ଓ ପରେ କଟକ ଶ୍ରୀକୃଷ୍ଣ ବିହାରରେ ରଖିଥିଲା। ପ୍ରକାଶ କେଉଁଠାରୁ ବନ୍ଧୁକ ଆଣିଥିଲା ଓ ହତ୍ୟା ଘଟଣାରେ ଆଉ କିଛି ଦିଗ ରହିଛି କି ସେଥିପାଇଁ ପ୍ରକାଶକୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ପ୍ରୟାସ କରିବ ବୋଲି କଟକ ଡିସିପି ଋଷିକେଶ ଡାନଦେୱ ଖିଲାରୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.