ଖଲ୍ଲିକୋଟ, ୩୧।୩ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ ଘାଟି ଉପରେ ଓଲଟିଲା ଏସିଡି ଭର୍ତ୍ତି ଟ୍ୟାଙ୍କର । ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ ଠାରୁ ଏସିଡ ନେଇ ଅନୁଗୁଳ ଯାଉଥିବା ବେଳେ ଘଟିଛି ଅଘଟଣ । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।୨୫ ଟନ ଏସିଡ ଭର୍ତ୍ତି ହୋଇଥିବା ଟ୍ୟାଙ୍କରଟି ବଡ ଘାଟି ଉପରେ ଓଲଟି ପଡିଥିଲା। ଫଳରେ ଏସିଡ୍ ରାସ୍ତାରେ ଭାସିଥିଲା। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପହଞ୍ଚି ରାସ୍ତା ବନ୍ଦ କରିଛନ୍ତି। ରାସ୍ତାରେ ଅଗ୍ନିଶମ ବାହିନୀ ପାଣି ପକାଇ ସଫା କରୁଛନ୍ତି । ଅନ୍ୟ ରାସ୍ତାରେ ଯାନବାହନ ଚଳାଚଳ କରୁଛି।