ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଅଭିନୟରେ ଜୟନ୍ତଙ୍କ ଯାତ୍ରା:‘ଫେରିଆ’-କମ୍‌ ବ୍ୟାକ୍‌ରେ ଭିଲେନ୍‌ ଭୂମିକାରେ ନଜର ଆସିବେ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ମୁକ୍ତିଲାଭ ଅପେକ୍ଷାରେ ଥିବା ସୁମା ରିୟଲ ମିଡିଆର ପ୍ରଥମ ଫିଲ୍ମ ‘ଫେରିଆ’ରେ କିଛି ଏମିତି କଳାକାରଙ୍କୁ ଦେଖିବାକୁ ମିଳିବ ଯେଉଁମାନେ ଅଭିନୟ କ୍ଷେତ୍ରରେ ବହୁ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ମଧ୍ୟ ଫିଲ୍ମ ‘ଫେରିଆ’ ସେମାନଙ୍କ ପାଇଁ ଏକ ନୂଆ ପରିଚୟ ହୋଇପାରିଛି । ଏହି କଳାକାରଙ୍କ ମଧ୍ୟରୁ ଜୟପୁରର ପ୍ରତିଷ୍ଠିତ ମଞ୍ଚ ଅଭିନେତା ଜୟନ୍ତ ସାନ୍ତରା ଅନ୍ୟତମ । ପୂର୍ବରୁ ‘ପାହାଡ଼ର ଲୁହ’, ‘ପେନ୍‌ସନ୍‌’, ‘ଚଣ୍ଡାଳ’, ‘ଅଲୋଡ଼ା’ ଭଳି ଫିଲ୍ମରେ ଅଭିନୟ କରିସାରିଥିବା ଜୟନ୍ତ ସାନ୍ତରା, ଦକ୍ଷିଣ ଓଡ଼ିଶାର ଥିଏଟର ଜଗତର ଜଣେ ଜଣାଶୁଣା ନାଁ । ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ଫିଲ୍ମ ‘ଫେରିଆ’ରେ ଜୟନ୍ତ ଦୁର୍ଯ୍ୟା ଓ ତା’ର ପତ୍ନୀକୁ ଫିଲ୍ମରେ ଦେଖିବାକୁ ମିଳିବ । ଯେଉଁଥିରେ ମୁଖ୍ୟ ଚରିତ୍ର ପ୍ରକାଶ ସହିତ ତାଙ୍କର ଜମିଜମା, ପାରିବାରିକ ସମ୍ପର୍କ ଓ ମାନସିକ ସ୍ତରରେ ଏକ ପ୍ରକାରର ଟକରାଟକରି ରହିଛି ।
ଜୟନ୍ତଙ୍କ ଅଭିନୟ ଜୀବନ ଶିଶୁ କଳାକାର ଭାବେ ଆରମ୍ଭ ହୁଏ । ସେତେବେଳେ ଆକାଶବାଣୀ ଜୟପୁର ଦ୍ୱାରା ନିର୍ମିତ ବେତାର ନାଟକରେ ସେ ଶିଶୁ କଳାକାର ଭାବେ ଅବତୀର୍ଣ୍ଣ ହୋଇଥିଲେ । ଏହାପରେ ଆକାଶବାଣୀ ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ ହୋଇଯାଇଥିଲେ । ତାଙ୍କ ଅଭିନୀତ ବେତାର ନାଟକ ମଧ୍ୟରୁ ‘ରାସ୍ତା’, ‘ଅନ୍ଧ ପ୍ରତିବିମ୍ବ’, ‘କାଗଜ ଫୁଲର ରଙ୍ଗ’, ‘ଯାତ୍ରୀ’ ସର୍ବଭାରତୀୟସ୍ତରରେ ପୁରସ୍କୃତ ହୋଇଛି ।
କଲେଜ ଜୀବନରେ ବିକ୍ରମ ଦେବ ମହାବିଦ୍ୟାଳୟ ନାଟ୍ୟ ସମ୍ପାଦକ ନିର୍ବାଚିତ ହୋଇଥିଲେ ଜୟନ୍ତ । ସେତେବେଳେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କୃତ ହୋଇଥିଲେ । ଏହାପରେ ପରେ ନାଟକ ନିଶାରେ ସେ ଯେମିତି ସବୁକିଛି ଭୁଲିଗଲେ । ଚୌଧୁରୀ ବିକାଶ ଦାସଙ୍କ ନିର୍ଦ୍ଦେଶିତ ‘ଆମେ ସବୁ ଧ୍ରୁତରାଷ୍ଟ୍ର’ରେ ତାଙ୍କୁ ଏକ ବଳିଷ୍ଠ ଭୂମିକାରେ ଦେଖିବାକୁ ମିଳିଥିଲା । ଏହାବାଦ୍‌ ‘ଦେବଯାନୀ’, ‘ମାତୃପୂଜା’, ‘ବିଷକନ୍ୟା’, ‘ରାମଦାସ ତୁମେ ହାରିଗଲ’, ‘ଲୁଲୁବାୟା’ରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି ।
‘ଫେରିଆ’-କମ୍‌ ବ୍ୟାକ୍‌ରେ ଏକାଧିକ ଚରିତ୍ରଙ୍କର ସଂଳାପ କୋରାପୁଟିଆ ଭାଷାରେ ରହିଛି । ଏହି କୋରାପୁଟିଆ ଭାଷାର ସଂଳାପ ଜୟନ୍ତ ସାନ୍ତରା ହିଁ ଲେଖିଛନ୍ତି । ଏପରିକି ଫିଲ୍ମରେ ଦେଖିବାକୁ ମିଳିବ କିଛି କୋରାପୁଟିଆ ଢଗଢ଼ମାଳି, ଯାହାକୁ ଜୟନ୍ତ ହିଁ ରୂପ ଦେଇଛନ୍ତି । ଫିଲ୍ମର ଶୁଟିଂ ସମୟରେ ନିଜେ ନିର୍ଦ୍ଦେଶକ ମିହିର ରଞ୍ଜନ ଆଚାର୍ଯ୍ୟଙ୍କ ପାଖେ ପାଖେ ରହି ସଂଳାପ ଉଚ୍ଚରାଣକୁ ତଦାରଖ କରିଥିଲେ ନିଜେ ଜୟନ୍ତ । ଯିଦିଓ ଜୟନ୍ତଙ୍କୁ ଫିଲ୍ମରେ ଭିଲେନ୍‌ ଭୂମିକାରେ ଦେଖିବାକୁ ମିଳିବ କିନ୍ତୁ ଅସଲ ଜୀବନରେ ତାଙ୍କଠାରୁ ଜଣେ ମେଳାପୀ ଓ ଶୃଙ୍ଖଳିତ ବ୍ୟକ୍ତି ଦେଖିନାହାନ୍ତି ବୋଲି ନିର୍ଦ୍ଦେଶକ ମିହିର କୁହନ୍ତି ।

Copyright © 2022 - Summa Real Media Private Limited. All Rights Reserved.