ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ମୁମ୍ବାଇର ବିଭିନ୍ନ ଅଞ୍ଚଳରୁ ୧୬ ବାଂଲାଦେଶୀ ଗିରଫ, ନଥିଲା ବୈଧ ପରିଚୟ ପତ୍ର

Published By : Tapas Panda | February 9, 2025 11:23 PM

Image Courtesy: timesofindia

ମୁମ୍ବାଇ: ଅବୈଧ ବାଂଲାଦେଶୀମାନଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି ଅଭିଯାନକୁ ଆଗକୁ ନେବା ସହ ମୁମ୍ବାଇ ପୋଲିସ ୧୬ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ଏହି ଅପରେସନ୍ ମୁମ୍ବାଇ ପୋଲିସର ଜୋନ୍-୧ ଅନ୍ତର୍ଗତ ପୋଲିସ ଷ୍ଟେସନର ୧୪ଟି ଭିନ୍ନ ଭିନ୍ନ ଟିମ୍‌ ଦ୍ୱାରା କରାଯାଇଛି । ପୋଲିସ ଟିମ୍‌ ମାତ୍ର ଦୁଇ ଦିନ ମଧ୍ୟରେ ମୁମ୍ବାଇ ଏବଂ ଏହାର ଆଖପାଖର ଅଞ୍ଚଳରୁ ଏହି ବାଂଲାଦେଶୀ ନାଗରିକମାନଙ୍କୁ ଗିରଫ କରିଛି । ୧୪ଟି ପୋଲିସ ଟିମ୍‌ ମାନଖୁର୍ଦ, ଭାସି, କାଲାମ୍ବୋଲି, ପାନଭେଲ ଏବଂ ଅନ୍ୟାନ୍ୟ ସ୍ଥାନରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି  । 

ଏହା ସହିତ, ଅନ୍ୟ ଦୁଇ ବାଂଲାଦେଶୀ ନାଗରିକଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି । ପୂର୍ବରୁ, ପୋଲିସ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଅବୈଧ ଭାବରେ ରହୁଥିବା ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲା । ସୂଚନା ଆଧାରରେ, ପୋଲିସ ଭିୱାଣ୍ଡିର ଠାକୁର ପଡ଼ା ଅଞ୍ଚଳରେ ଚଢାଉ କରି ସେମାନଙ୍କୁ ଗିରଫ କରିଛି । ସେମାନରେ ରହୁଥିବା ଘରର ମାଲିକଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି । 

ଯାତ୍ରା ଏବଂ ଏଠାରେ ରହିବା ଲାଗି ସେମାନେ ସମ୍ବନ୍ଧୀୟ ବୈଧ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ। ସେମାନଙ୍କଠାରୁ ମିଳିଥିବା ପରିଚୟ ପତ୍ରଗୁଡ଼ିକ ନକଲି ଥିଲା, ଯାହା ବେଆଇନ ଭାବରେ ସେମାନେ ହାସଲ କରିଥିଲେ । ପୋଲିସ ତାଙ୍କଠାରୁ ୭୦,୦୦୦ ଟଙ୍କା ମୂଲ୍ୟର ୬ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି । ଭାରତୀୟ ନ୍ୟାୟ ସଂହିତାର ଏବଂ ପାସପୋର୍ଟ (ଭାରତରେ ପ୍ରବେଶ) ଆଇନର ଧାରା ୩୩୬ (୨) (ଜାଲିଆତି) ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି । ଘରମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.