PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସହରାଞ୍ଚଳରେ ଜଳବନ୍ଦୀ ରୋକିବାକୁ ଆକ୍ସନପ୍ଲାନ୍‌, ଡ୍ରେନ୍‌ ଉପରୁ ହଟିବ ଜବରଦଖଲ

ଭୁବନେଶ୍ୱର,୨୦/୫ : ଆଗକୁ ମୌସୁମୀ ଆସୁଛି । ଜଳବନ୍ଦୀ ସମସ୍ୟା ଯୋଗୁ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାକୁ ମୁକାବିଲା ପାଇଁ ସ୍ୱତନ୍ତ୍ର ଆକ୍ସନପ୍ଲାନ୍‌ ପ୍ରସ୍ତୁତ ହୋଇଛି । କୌଣସି ଡ୍ରେନ୍‌ ଉପରେ ଜବରଦଖଲ ହୋଇଥିଲେ ଏହାକୁ ଚିହ୍ନଟ କରି ତତ୍କାଳ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜଳବନ୍ଦୀକୁ ଏଡାଇବାକୁ ଆକ୍ସନପ୍ଲାନ୍‌ ଅନୁସାରେ କାମ କରିବାକୁ ସମସ୍ତ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ।

ପ୍ରଥମେ ସହରାଞ୍ଚଳର ସମସ୍ତ ଡ୍ରେନ୍‌ ଓ ମ୍ୟାନହୋଲ୍‌ ଯାଞ୍ଚ କରିବାକୁ କୁହାଯାଇଛି । ବର୍ଷା ଦିନେ ପାଣି ଜମିବା ଯୋଗୁ ମୁକୁଳା ଥିବା ଡ୍ରେନ୍‌ ଓ ମ୍ୟାନହୋଲ୍‌ ଜଣାପଡେନି । ଫଳରେ ଦୁର୍ଘଟଣା ହୁଏ । ଅତୀତରେ ଏଭଳି ଅନେକ ଦୁର୍ଘଟଣା ହୋଇ ଲୋକଙ୍କ ଜୀବନ ଯାଇଛି । ଏଣୁ ସମସ୍ତ ଡ୍ରେନ୍‌ ଓ ମ୍ୟାନହୋଲ୍‌ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁକୁଳା ଥିଲେ ଏହାକୁ ତୁରନ୍ତ ଘୋଡାଇବାକୁ ପଦକ୍ଷେପ ନିଆଯିବ ।  ଯେଉଁଠି ଭାଙ୍ଗିଥିବ ତାକୁ ତତ୍କାଳ ମରାମତି କରାଯିବ । ଯେଉଁଠି ମରାମତି କରିବା  ସମ୍ଭବ ନୁହେଁ ସେଠାରେ ଲୋକଙ୍କ ଅବଗତି ପାଇଁ ସାଇନେଜ୍‌ ମରାଯିବ ।

ମୌସୁମୀ ଆସିବା ପୂର୍ବରୁ ସହରର ସମସ୍ତ ଡ୍ରେନ୍‌ ସଫେଇ ହେବ । କେଉଁ ସ୍ଥାନରେ ଅଧିକ ଜଳବନ୍ଦୀ ହେଉଛି ସେଭଳି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରିବାକୁ କୁହାଯାଇଛି । ଏଠାରେ ଆଗୁଆ ପମ୍ପସେଟ୍‌ ରଖାଯିବ । ଡ୍ରେନ୍‌ ଉପରେ ଜବରଦଖଲକୁ ବରଦାସ୍ତ କରାଯିବନି । ବର୍ଷା ପାଣି ବା ବର୍ଜ୍ୟପାଣିକୁ ଯିଏ ବି ଅବରୋଧ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ । ଡ୍ରେନେଜ୍‌ ଚ୍ୟାନେଲ୍‌କୁ ଅବରୋଧ କରିଥିଲେ ଏହି ଜବରଦଖଲକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡ୍ରେନ୍‌ ବା ରାସ୍ତାକଡରେ କଂକ୍ରିଟ୍‌ ବର୍ଜ୍ୟ ଗଦା ହୋଇଥିଲେ ଏହାକୁ ତୁରନ୍ତ ହଟାଇବାକୁ  ନିର୍ଦ୍ଦେଶ ଦିଆଯାଇଛି । ଏହା ବର୍ଷା ପାଣିରେ ମିଶି ଡ୍ରେନ୍‌ ଜାମ କରିବା ଆଶଙ୍କା ଥିବାରୁ ଏହାକୁ ଉଠାଇ ନିଆଯିବ । ପଲିଥିନ୍‌ର ବହୁଳ ବ୍ୟବହାର ଯୋଗୁ ଡ୍ରେନ୍‌ ଜାମ୍‌ ହେଉଛି । ଏଣୁ ପଲିଥିନ୍‌ ନିଷିଦ୍ଧ ନିୟମକୁ କଡାକଡି ଲାଗୁ କରିବାକୁ କୁହାଯାଇଛି । ରାସ୍ତା ଓ ଡ୍ରେନ୍‌ ଖରାପ ହୋଇଥିଲେ ଏହାକୁ ବର୍ଷା ଆଗରୁ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ଷା ଦିନେ ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟ ଜଳବାହିତ ରୋଗ ମାଡିବାର ଆଶଙ୍କା ଅଛି । ସେଥିପାଇଁ ସହରର ସ୍ୱଚ୍ଛତା ଓ ପରିମଳକୁ ଧ୍ୟାନ ଦିଆଯିବ । ବର୍ଜ୍ୟ ପାଣି ଯେଭଳି ପିଇବା ପାଣି ସଂସ୍ପର୍ଶରେ ନ ଆସିବ ସେଥିପାଇଁ ପଦକ୍ଷେପ ନିଆଯିବ । ଜଳବନ୍ଦୀ ଅଞ୍ଚଳରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯିବ । ସେପ୍ଟିକ୍‌ ଟ୍ୟାଙ୍କକୁ କଭର୍‌ କରାଯିବ । ସେହିଭଳି ନିୟମିତ ମଶା ଧୂଆଁ ଛଡାଯିବ । ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ଏହି ଆକ୍ସନପ୍ଲାନ ଲାଗୁ କରିବାକୁ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସବୁ ବିଭାଗ ଭିତରେ ସମନ୍ୱୟ ରଖି କାମ କରିବା ଓ କଣ୍ଟ୍ରୋଲ ରୁମ୍‌ ଖୋଲି ଲୋକଙ୍କ ଅଭିଯୋଗର ତ୍ୱରିତ୍‌ ସମାଧାନ ପାଇଁ ଯୋଜନା ହୋଇଛି ।