ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଅଭିନୟଠୁ ଅଲଗା କରିଦେଲା କରୋନା : ପେଟ ପୋଷିବା ପାଇଁ ଚା'-ପାନ ଦୋକାନ କରିଛନ୍ତି ହାସ୍ୟ ଅଭିନେତା

ଭଦ୍ରକ ୧୮।୮ : ସେଦିନ ମୁହଁରେ ରଙ୍ଗ ମାଖି ନିସ୍ତବ୍ଦ ରାତିରେ ରଙ୍ଗୀନ ରଙ୍ଗ ମଞ୍ଚରେ ନିଜ ଅଭିନୟ ଦେଖାଉଥିଲେ । ତାଙ୍କ ଅଭିନୟରେ ହାସ୍ୟ ରସ ଭାରି ରହିଥିଲା । ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଦେଉଥିଲେ। ପ୍ରଥମେ ଯାତ୍ରା ଜଗତରେ ବାଦ୍ୟଯନ୍ତ୍ର ବଜାଇବା ଆରମ୍ଭ କରିଥିଲେ । ଧୀରେ ଧୀରେ ଅଭିନୟ ପ୍ରତି ଦୁର୍ବଳତା ବଢିଲା । ସେଇଠୁ ଆରମ୍ଭ ହେଲା ଅଭିନୟ ଯାତ୍ରା ।

{"id":154175,"width":751,"height":422,"sizeSlug":"large"}

ବାଦ୍ୟଯନ୍ତ୍ର ଶିଳ୍ପୀରୁ ପାଲଟିଗଲେ ହାସ୍ୟ ଅଭିନେତା । ବହୁ ଯାତ୍ରା ପାର୍ଟିରେ ହାସ୍ୟ ଅଭିନେତା ଭଳି କାମ କରିଛନ୍ତି । କିନ୍ତୁ ଏବେ ସେଦିନର ସମୟ ଆଉ ନାହିଁ। କରୋନା ଛଡ଼ାଇନେଲେ ହାସ୍ୟ ଅଭିନେତାଙ୍କ ଜୀବିକା। ରଙ୍ଗମଞ୍ଚରେ ଦର୍ଶକଙ୍କୁ ହସାଉଥିବା କଳାକାର ଏବେ ନିଜ ପରିବାର ମୁହଁରେ ଟିକିଏ ହସ ଦେଇପାରୁନାହାନ୍ତି। ଶେଷରେ ଆଉ କିଛି ଉପାୟ ନପାଇ ଏବେ ନିଜେ ପାନ ଦୋକାନ ଏବଂ ଚା ଦୋକାନ ଖୋଲିଛନ୍ତି ।

{"id":154176,"width":763,"height":429,"sizeSlug":"large"}

କଳାକାର ଜଣକ ହେଉଛନ୍ତି ପ୍ରଭାକର ସାହୁ । ଯାତ୍ରା ଜଗତର ନାମ ହେଲା ଚଗନ। ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀପୋଖରୀ ଛକ ନିକଟ ପାଳଦାବାଙ୍କରେ ନିଜ ପାନ ଆଉ ଚା ଦୋକାନ ଖୋଲିଛନ୍ତି । ଯେତିକି ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି। ଆଉ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଦୃଢ ମନା ହୁଅ, ଖୁବ ଶୀଘ୍ର କାରୋନା ହାରିବ, ଭଲ ସମୟ ଆସିବ । ଆମେ ପୁଣି ପୁରୁଣା ଜାଗାକୁ ଫେରିବା ଆଉ ସବୁ ଠିକ ହୋଇଯିବ।

{"id":154177,"width":755,"height":424,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.