ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଖି ସାୱନ୍ତ , ଆଗୁଆ ଜାମିନ ଆବେଦନ କଲେ !

ମୁମ୍ୱାଇ – ମଡେଲ ଶର୍ଲିନ ଚୋପ୍ରା ଓ ରାଖି ସାୱନ୍ତଙ୍କ କେସ୍‌ରେ ଆସିଛି ନୂଆ ଅପଡେଟ୍‌। ଅଭିନେତ୍ରୀ  ରାଖି ସାୱନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ଶର୍ଲିନ ଚୋପ୍ରାଙ୍କର ଅଭିଯୋଗ ପରେ ପୁଲିସ ରାଖି ସାୱନ୍ତଙ୍କୁ ନ୍ୟାୟିକ ହେପାଜତକୁ ନେଇଥିଲା। ପଚରାପଚରି ପରେ ରାଖି ସାୱନ୍ତ ବମ୍ୱେ ସେସନ କୋର୍ଟରେ ଗିରଫଦାରୀ ପୂର୍ବରୁ ହିଁ ଜାମିନ ଆବେଦନ କରିଛନ୍ତି। ହେଲେ ବମ୍ୱେ ସେସନ କୋର୍ଟ ରାଖ ସାୱନ୍ତଙ୍କର ଅଗ୍ରୀମ ଜାମିନକୁ ଖାରଜ କରି ଦେଇଛନ୍ତି। ଏବେ ରାଖି ସେସନ କୋର୍ଟର ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ  କରିଛନ୍ତି।

କହି ରଖୁଛୁ କି , ଶର୍ଲିନ ଚୋପ୍ରା ରାଖି ସାୱନ୍ତଙ୍କ ଉପରେ ଆପତ୍ତିଜନକ ଭିଡ଼ିଓ ଓ ଫଟୋ ସବୁ ଲିକ୍‌ କରିବାର ଅଭିଯୋଗ ଲଗେଇ ଥିଲେ। ଅମ୍ୱୋଲି ପୁଲିସ ଏହି ଅଭିଯୋଗକୁ ଧ୍ୟାନକୁ ନେଇ ରାଖିଙ୍କ ବିରୋଧରେ କେସ୍‌ ରୁଜୁ କରିଥିଲେ। ପୁଲିସ ବାରମ୍ୱାର ପ୍ରୟାସ କରିବା ପରେ ମଧ୍ୟ ସେ ଉପସ୍ଥିତ  ହୋଇ ନଥିଲେ , ଏଥିପାଇଁ ପୁଲିସ ଟିମ୍‌ ତାଙ୍କୁ ହେପାଜତକୁ ନେଇଯାଇ ଥିଲେ।

ଡ୍ରାମା କ୍ୱିନ୍‌ ରାଖି ସାୱନ୍ତ ସର୍ବଦା କୌଣସି ନା କୌଣସି କାରଣକୁ ଚର୍ଚାରେ ରହିଥାନ୍ତି। ରାଖି , ନିକଟରେ ବିଗ୍ ବସ୍‌ ମରାଠୀ ୪ର୍ଥ ସିଜନରେ ନଜର ଆସିଥିଲେ। ରାଖି ଏହି ଦିନରେ ଆଦିଲ ଖାନଙ୍କ ସହ ଚୁପଚାପ ନିକାହ ଓ ଧର୍ମ ପରିବର୍ତ୍ତନ କରିବା କାରଣରୁ ଚର୍ଚ୍ଚାରେ ଥିଲେ। କହି ରଖୁଛୁ କି, ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ଅଛି। ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.