ନୂଆଦିଲ୍ଲୀ,୧୪/୧୧: ଆମେରିକାର ଶକ୍ତି ଭିତ୍ତିଭୂମି  ଏବଂ ନିରାପତ୍ତା ପ୍ରକଳ୍ପରେ ୧୦ ବିଲିୟନ ଡଲାର ନିବେଶ କରିବ ଆଦାନି ଗ୍ରୁପ । ଆଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନି  ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ୧୫  ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିଶ୍ୱ ବଜାରରେ କମ୍ପାନି  ଏହାର ଉପସ୍ଥିତିକୁ ଦୃଢ଼ କରିବା ସହ ଆମେରିକାରେ ଏଭଳି  ବୃହତ୍ତ ନିବେଶ କରିବାକୁ ଯାଉଛି । ଟ୍ରମ୍ପଙ୍କ ବିଜୟ ଭାରତ ଲାଗି  ନୂଆ ଆଶା ସୃଷ୍ଟି କରିବ ବୋଲି ସେ ଆଶା ରଖିଛନ୍ତି । ଟ୍ରମ୍ପଙ୍କୁ  ଶୁଭେଛା ଜଣାଇ ଆଦାନି କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗିତା ଆହୁରି ଦୃଢ଼ ହେବ।