PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ନିର୍ମାଣ ହେବାକୁ ଥିବା ନୂତନ କୋଠାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଏଡିଜି

ବ୍ରହ୍ମପୁର,୧୯ା୧୧: ଏଡିଜି (ଆଧୁନିକରଣ) ସଞ୍ଜୟ କୁମାର ଶନିବାର ବ୍ରହ୍ମପୁର ଗସ୍ତ କରି ଦକ୍ଷିଣାଞ୍ଚଳ ରେଞ୍ଜର ୫ଟି ପୁଲିସ ଜିଲାରେ ଥିବା ପୁରୁଣା କୋଠା, ନିର୍ମାଣ ଚାଲିଥିବା ତଥା ନିର୍ମାଣ ହେବାକୁ ଥିବା ନୂତନ କୋଠାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଏସପି ବ୍ରିଜେଶ ରାୟ, ଗଜପତି ଏସପି ଜୟରାମ ଶତପଥି, କନ୍ଧମାଳ ଏସପି ଭିନିତ ଅଗ୍ରୱାଲ, ବୌଦ୍ଧ ଏସପି ପ୍ରହଲାଦ ଏସ ମୀନା ଉପସ୍ଥିତ ଥିଲେ। ପୁଲିସ ଫୋର୍ସ ପାଇଁ ଆବଶ୍ୟକୀୟ ଥିବା ଉପକରଣ ସହ ଭିତ୍ତିଭୂମିକୁ ନେଇ ଅତିରିକ୍ତ ମହାନିର୍ଦେଶକ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ସେହିପରି ବାରାକ ସ୍ଥାପନ ତଥା ବାରାକ ଗୁଡ଼ିକର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ନୂତନ ଥାନାରେ ପରିଣତ ହେବାକୁ ଥିବା ଫାଣ୍ଡିଗୁଡ଼ିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। କେଉଁ ଫାଣ୍ଡି କେଉଁଠାରେ ନିର୍ମାଣ ହେବ, ସେଥିପାଇଁ ନିଜସ୍ବ ସ୍ଥାନ ଅଛିକି ନାହିଁ, ଥାନାଗୁଡ଼ିକ କିପରି ଆଧୁନିକ ଢଙ୍ଗରେ ନିର୍ମାଣ ହେବ ସେ ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଅଭିଯୋଗ କରିବାକୁ ଆସୁଥିବା ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ କରି ତାହାର ତ୍ବରିତ ସମାଧାନ ଦିଗରେ ପଦ​କ୍ଷେପ ନେବାକୁ ଅତିରିକ୍ତ ମହାନିର୍ଦେଶକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ ଦେଇଥିଲେ।