PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବିବାଦରେ ‘ଆଦିପୁରୁଷ’, ସୈଫଙ୍କ ରାବଣ ଲୁକ୍‌କୁ ନେଇ ହିନ୍ଦୁ ମହାସଭାର ଅସନ୍ତୋଷ

ମୁମ୍ବାଇ ୦୪/୧୦: ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ‘ଆଦିପୁରୁଷ’ର ଟିଜର ରବିବାର ଦିନ ମୁକ୍ତିଲାଭ କରିଛି। ଟିଜର ପାଇଁ ଫିଲ୍ମ ନିର୍ମାତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି। ସୋସିଆଲ୍ ମିଡିଆ ୟୁଜର୍ସ ଏହାର ଭିଏଫଏକ୍ସ ଉପରେ ଅନେକ ମେମ୍ ସେୟାର କରୁଛନ୍ତି। ଟିଜର ରିଲିଜ୍ ହେବା ସହିତ ଏହାର ସମାଲୋଚନା ମଧ୍ୟ ଆରମ୍ଭ ହୋଇଛି। ସୈଫ ଅଲ୍ଲୀ ଖାନଙ୍କ ରାବଣ ଲୁକ୍‌କୁ ନେଇ ବିବାଦ ଦେଖାଦେଇଛି। ଏହି ବିବାଦରେ ହିନ୍ଦୁ ମହାସଭା ଏବଂ ବିଜେପି ମଧ୍ୟ ସାମିଲ ହୋଇଛି।

ଆଦିପୁରୁଷର କାହାଣୀ ରାମାୟଣ ଉପରେ ଆଧାରିତ। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଭାପତି ସ୍ୱାମୀ ଚକ୍ରପାଣି ମହାରାଜ ସୈଫଙ୍କ ଲୁକକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ଭଗବାନ ଶିବଙ୍କର ଅନନ୍ୟ ଭକ୍ତ ଲଙ୍କାପତୀ ରାବଣଙ୍କ ଭୂମିକାରେ ଦକ୍ଷିଣ ଭାରତୀୟ ଫିଲ୍ମ ଆଦିପୁରୁଷରେ ସୈଫ ଅଲ୍ଲୀ ଖାନଙ୍କ ଚରିତ୍ର ଏପରି କରାଯାଇଛି, ଯେପରି ଇସଲାମୀୟ ଆତଙ୍କବାଦୀ ଖିଲଜୀ, ଚଙ୍ଗେଜ୍ ଖାନ କିମ୍ବା ଔରଙ୍ଗଜେବ, ମଥାରେ ନା ରହିଛି ତିଳକ ନା ତ୍ରିପୁଣ୍ଡ। ଆମର ପୌରାଣିକ ଚରିତ୍ରଗୁଡ଼ିକ ସହିତ ଖେଳିବା ସହ୍ୟ କରାଯାଇପାରିବ ନାହିଁ।

ବିଜେପି ମୁଖପାତ୍ର ମାଳଭିକା ଅବିନାଶ ମଧ୍ୟ ରାବଣ ଲୁକ୍‌କୁ ବିରୋଧ କରିଛନ୍ତି। ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଲଙ୍କାର ବାସିନ୍ଦା ରାବଣ ଜଣେ ଶିବ ଭକ୍ତ ଥିଲେ, ଯିଏ ୬୪ କଳା ଶିକ୍ଷା କରିଥିଲେ। ଜୟ (ବିଜୟ) ଯିଏ ବୈକୁଣ୍ଠର ରକ୍ଷା କରୁଥିଲେ ଏକ ଅଭିଶାପ ହେତୁ ରାବଣ ଭାବରେ ଅବତାରିତ ହୋଇଥିଲେ। ଏହା ତୁର୍କୀ ଏକଛତ୍ରବାଦୀ ହୋଇପାରେ କିନ୍ତୁ ରାବଣ ନୁହେଁ। ବଲିଉଡ ଆମର ରାମାୟଣ / ଇତିହାସକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବା ବନ୍ଦ କରୁ।

‘ଆଦିପୁରୁଷ’ ଜାନୁଆରୀ ୧୨, ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମର ବଜେଟ୍ ୫୦୦ କୋଟି ବୋଲି କୁହାଯାଉଛି। କିନ୍ତୁ ଏହି ବଡ ବଜେଟ୍ ଫିଲ୍ମର ପୋଷ୍ଟର ଏବଂ ଟିଜର ଭଲ ପ୍ରତିକ୍ରିୟା ପାଇନାହିଁ । ଫ୍ୟାନ୍ସ କାର୍ଟୁନ୍ ଫିଲ୍ମ ପରି ଟିଜରର ଭିଏଫଏକ୍ସକୁ କହୁଛନ୍ତି।

ସମ୍ବନ୍ଧିତ ଖବର