‘ଆଦିପୁରୁଷ’ର ନୂଆ ପୋଷ୍ଟରରେ ସୀତାଙ୍କ ଲୁକ୍କୁ ନେଇ ପ୍ରଶ୍ନ ଉଠାଇଲେ ୟୁଜର୍ସ, ସିନ୍ଦୂର ପିନ୍ଧି ନଥିବାରୁ କଲେ ଟ୍ରୋଲ୍

navbharattimes
ମୁମ୍ବାଇ ୩୧/୦୩ : ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ଏଥିରେ ପ୍ରଭାସ ପ୍ରଭୁ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବାବେଳେ କ୍ରିତି ସାନନ ମାତା ସୀତା ଏବଂ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟିକୁ ନିର୍ମାଣ କରିଛନ୍ତି ଓମ ରାଉତ୍। ତେବେ ରାମନବମୀ ଉପଲକ୍ଷେ ‘ଆଦିପୁରୁଷ’ର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି ଏବଂ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। କିନ୍ତୁ ପୋଷ୍ଟର ରିଲିଜ୍ ହେବା ପରେ ପୁଣିଥରେ ଷ୍ଟାରମାନଙ୍କ ଲୁକ୍କୁ ଟ୍ରୋଲ୍ କରାଯାଉଛି।
Mantron se badhke tera naam
— Kriti Sanon (@kritisanon) March 30, 2023
Jai Shri Ram
मंत्रों से बढ़के तेरा नाम
जय श्री राम
మంత్రం కన్నా గొప్పది నీ నామం
జై శ్రీరామ్#JaiShriRam #RamNavmi pic.twitter.com/CzeS25Fjbn
ଉଜ୍ୱଳ ଲାଇଟ୍ ଏବଂ ମନ୍ତ୍ର ଧ୍ୱନି ସହିତ ଆଦିପୁରୁଷର ନିର୍ମାତା ରାମ ରାମନବମୀ ଶୁଭ ଅବସରରେ ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି। ଯେଉଁଥିରେ ପ୍ରଭାସଙ୍କୁ ଶ୍ରୀରାମ, କ୍ରିତି ସାନନ୍ ଜାନକୀ, ସନ୍ନି ସିଂହ ଲକ୍ଷ୍ମଣ ଏବଂ ଦେବଦତ୍ତ ନାଗ ହନୁମାନଙ୍କ ରୂପରେ ପ୍ରଣାମ କରୁଥିବା ଦେଖାଯାଇଛି। ପୋଷ୍ଟର ସେୟାର କରି ଏଥିରେ ଲେଖାଯାଇଛି, “ମନ୍ତ୍ର ଠୁ ଅଧିକ, ତୋର ନାମ ଜୟ ଶ୍ରୀ ରାମ ।”
ତେବେ ଏହି ପୋଷ୍ଟର ରିଲିଜ୍ ହେବା ପରେ ପୁଣିଥରେ ଟ୍ରୋଲର୍ସଙ୍କ ଟାର୍ଗେଟ୍ରେ ଆସିଛି। ଜଣେ ୟୁଜର୍ ଲେଖିଛନ୍ତି, ଦୟାକରି ଏହାକୁ ଛାଡିଦିଅ, କାହିଁକି ସଂସ୍କୃତିକୁ ପରିହାସ କରୁଛ? ଅନ୍ୟ ଜଣେ ଲେଖିଛନ୍ତି, 100% ଫ୍ଲପ୍। ଏଥି ସହିତ ଜଣେ ୟୁଜର୍ସ ସୀତାଙ୍କ ଭୂମିକାରେ ନଜର ଆସିଥିବା କ୍ରିତି ସାନନଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି। ୟୁଜର୍ସଙ୍କ ଅନୁଯାୟୀ, ନିର୍ମାତା ମାତା ସୀତାଙ୍କ ଚରିତ୍ର ସହ ଖେଳିଛନ୍ତି। ପୋଷ୍ଟରରେ ସିନ୍ଦୁର ଲଗାଯାଇନାହିଁ। ୟୁଜର୍ସ ଲେଖିଛନ୍ତି – ବିଶ୍ୱାସ ହେଉନି ମନୋଜ ମୁନ୍ତାଶୀର ମଧ୍ୟ ଏହି ପ୍ରୋଜେକ୍ଟରେ ସାମିଲ ଅଛନ୍ତି। ସିନ୍ଦୁର ଗାଏବ କରିଦେଲେ।