PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଡ୍ରଗ୍ସ ଓଭରଡୋଜ୍‌ ନୁହେଁ, ଏହି କାରଣରୁ ହୋଇଛି ଆଦିତ୍ୟଙ୍କ ମୃତ୍ୟୁ

ମୁମ୍ବାଇ ୨୪/୦୫: ଟିଭି ଅଭିନେତା ତଥା କାଷ୍ଟିଂ ନିର୍ଦ୍ଦେଶକ ଆଦିତ୍ୟ ସିଂହ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ଅଭିନେତାଙ୍କ ହଠାତ୍ ମୃତ୍ୟୁ ତାଙ୍କ ବନ୍ଧୁ ଓ ପ୍ରଶଂସକଙ୍କୁ ଗଭୀର ଝଟ୍‌କା ଦେଇଛି। ଆଦିତ୍ୟ ଗୋଟିଏ ଦିନ ପୂର୍ବରୁ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରୁଥିଲେ ଏବଂ ଏହାର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଥିଲା। ଅତ୍ୟଧିକ ଡ୍ରଗ୍ସ ସେବନ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସୁଥିବା ଖବର ଅନ୍ୟ କିଛି କାରଣ ଦର୍ଶାଉଛି।

ଆଦିତ୍ୟ ଏମଟିଭି ସ୍ପ୍ଲିଟ୍ସଭିଲ୍ଲା, କମ୍ବାଲା ଇନଭେଷ୍ଟିଗେସନ୍ ଏଜେନ୍ସି ଏବଂ ଅନ୍ୟାନ୍ୟ ଶୋ’ରେ କାମ କରିଥିଲେ। ପୋଲିସ ପ୍ରକାଶ କରିଛି ଯେ ଅଭିନେତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା, ଯେଉଁଠାରୁ ରକ୍ତସ୍ରାବ ହୋଇନଥିଲା, କିନ୍ତୁ ତାଙ୍କ ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଫୁଲା ଥିଲା। ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି।

ପୋଲିସ ସନ୍ଦେହ କରୁଛି ଯେ ଆଦିତ୍ୟ ବାଥରୁମ୍‌ରେ ଖସିପଡି ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଟାଇଲର କୌଣସି ଅଂଶରେ ପିଟି ହୋଇଥିଲା। ଟାଇଲର କିଛି ଅଂଶ ମଧ୍ୟ ଭାଙ୍ଗିଯାଇଥିବା ଅଧିକାରୀ ଦାବି କରିଛନ୍ତି। ଏହାପୂର୍ବରୁ ଡିସିପି କୃଷ୍ଣକାନ୍ତ ଉପାଧ୍ୟାୟ କହିଥିଲେ ଯେ ଆଦିତ୍ୟ ବାଥରୁମରେ ପଡ଼ିଯାଇଥିଲେ ଏବଂ ତାଙ୍କ କୁକ୍‌ ଅଭିନେତାଙ୍କୁ ଡାକ୍ତରଖାନା ନେଇଥିଲେ। ଦୁର୍ଭାଗ୍ୟବଶତଃ ଡାକ୍ତରଖାନା ଯିବା ବାଟରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା।

ଏହା ପୂର୍ବରୁ ସାମ୍ନାକୁ ଆସିଥିବା ରିପୋର୍ଟରେ କୁହାଯାଇଥିଲା ଯେ ଗତ କିଛି ଦିନ ହେବ ଘରୋଇ ସହାୟକ ପୋଲିସକୁ କହିଥିଲେ ଯେ ଆଦିତ୍ୟ କାଶରେ ପୀଡିତ ଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଅଭିନେତା ଥରେ-ଦୁଇଥର ବାନ୍ତି କରିଥିଲେ। ସେ ରାତି ପ୍ରାୟ ୨ ରୁ ୨:୩୦ ରୁ ବାଥରୁମକୁ ଯାଇ ଆଉ ବାହାରକୁ ଆସିନଥିଲେ।

ସମ୍ବନ୍ଧିତ ଖବର