PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଆଡମିରାଲ୍ କରମବୀର ସିଂ ହେଲେ ନୂଆ ନୌସେନା ମୁଖ୍ୟ

ନୂଆଦିଲ୍ଲୀ ୩୧।୫: ନୌସେନାର ନୂଆ ପ୍ରମୁଖ ଭାଇସ ଆଡ୍‌ମିରାଲ୍‌ କରମବୀର ସିଂ ପଦ ଭାର ସମ୍ଭାଳିଛନ୍ତି | ଆଡ୍‌ମିରାଲ୍‌ କରମବୀର ସିଂ ଆଡ୍‌ମିରାଲ୍‌ ସୁନୀଲ ଲାମ୍ବାଙ୍କଠାରୁ ଦାୟିତ୍ୱ ନେଇଛନ୍ତି | ଆଡ୍‌ମିରାଲ୍‌ କରମବୀର ସିଂ କହିଛନ୍ତି ଯେ ମୋର ପୂର୍ବ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି ଯେ ନୌସେନା ଏବେ ଶିଖରରେ ପହଂଚିଛି | ମୋର ଚେଷ୍ଟା ରହିବ କିଭଳି ସେହି ଚେଷ୍ଟାକୁ ଜାରି ରଖିବି | ରାଷ୍ଟ୍ରକୁ ଏଭଳି ନୌସେନା ପ୍ରଦାନ କରିବି ଯାହାକି ମଜଭୁତ,ବିଶ୍ୱସନୀୟ ଓ ସମୁଦ୍ର କ୍ଷେତ୍ରର ସୁରକ୍ଷା କରିବାକୁ ପ୍ରସ୍ତୁତ ରହିଥିବ |

ତେବେ ଆଡ୍‌ମିରାଲ୍‌ କରମବୀର ସିଂଙ୍କ  ନିଯୁକ୍ତିକୁ ନେଇ ଆପତ୍ତି ଉଠିଥିଲା | ଆଣ୍ଡାମାନ ନିକୋବରର କମାଣ୍ଡ ମୁଖ୍ୟ ଭାଇସ ଆଡ୍‌ମିରାଲ୍‌ ବିମଲ ବର୍ମା ନିଯୁକ୍ତିକୁ ନେଇ ଆପତ୍ତି ଉଠାଇଥିଲେ | ଶନିବାର ପ୍ରତିରକ୍ଷା ମନ୍ତ୍ରାଳୟ ବିମଲ ଵର୍ମାଙ୍କ ଯାଚିକାକୁ ଖାରଜ କରିଦେଇଥିଲା |

ବିମଲ ଵର୍ମାଙ୍କ କହିବା କଥା ଥିଲା ଯେ ସେ ଆଡ୍‌ମିରାଲ୍‌ କରମବୀର ସିଂଙ୍କ ଠାରୁ ୬ ମାସ ବରିଷ୍ଠ | ତେଣୁ ତାଙ୍କୁ ନୌସେନା ପ୍ରମୁଖ ଭାବେ ନିଯୁକ୍ତି ଦିଆଯାଉ | ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ କେବଳ ବରିଷ୍ଠତା ଭିତ୍ତିରେ ନୌସେନା ମୁଖ୍ୟ କରାଯାଇପାରିବ ନାହିଁ | ଅନ୍ୟ କିଛି ମାପଦଣ୍ଡ ମଧ୍ୟ ଗୁରୁତ୍ୱ ରଖୁଥିବାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।