ନୂଆଦିଲ୍ଲୀ ୧୫/୦୩: ରଣବୀର ସିଂହ ଷ୍ଟାରର୍ ସ୍ପାଇ-ଆକ୍ସନ ଫିଲ୍ମ ‘ଧୁରନ୍ଧର୍-୨’ର ଅଗ୍ରୀମ ଟିକଟ ବୁକିଂ ସାରା ଦେଶର ସିନେମାଘରେ ଆରମ୍ଭ ହୋଇଛି । ସିନେ ବିଶେଷଜ୍ଞଙ୍କ ଅନୁସାରେ, ଫଲ୍ଟଟି ବକ୍ସ ଅଫିସ୍‌ରେ ବର୍ଷର ସବୁଠୁ ବଡ଼ ଓପନର୍ ହୋଇପାରେ । ଏହି ହାଇ-ପ୍ରୋଫାଇଲ ଫିଲ୍ମ ଦମ୍‌ଦାର ଆକ୍ସନ୍, ଗୁଇନ୍ଦାଗିରି ଓ ରିଭେଞ୍ଜ ଡ୍ରାମା ଦମ୍‌ରେ ଦର୍ଶକଙ୍କୁ ସିନେମାଘରକୁ ଟାଣିବାକୁ ପୂରାପୂରି ପ୍ରସ୍ତୁତ । ଫିଲ୍ମକୁ ଜିଓ ଷ୍ଟୁଡିଓଜ୍ ଓ ବି୬୨ ଷ୍ଟୁଡିଓଜ୍ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରୁଛନ୍ତି । ଫିଲ୍ମରେ ବ୍ୟାପକ ଆକ୍ସନ୍ ସିକ୍ୱେନ୍ସ, ଦମ୍‌ଦାର କାହାଣୀ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଡକ୍ସନ୍ ଭ୍ୟାଲ୍ୟୁ ଦେଖିବାକୁ ମିଳିବ ।

ଫିଲ୍ମରେ ରଣବୀର ଭୟଙ୍କର ମିଶନରେ ଥିବା ଗୁପ୍ତଚର ଭୂମିକାରେ ଦେଖିବାକୁ ମିଳିଥାନ୍ତେ । ରଣବୀରଙ୍କ ଚରିତ୍ରକୁ ଫିଲ୍ମର ସବୁଠୁ ବଡ଼ ହାଇଲାଇଟ୍ କୁହାଯାଉଛି, ଯେଉଁଥିରେ ତାଙ୍କ ଆକ୍ସନ୍ ଓ ଦମ୍‌ଦାର ଲୁକ୍ ଦେଖିବାକୁ ମିଳିବ । ଫିଲ୍ମରେ ଆର୍. ମାଧବନ, ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ପ୍ରମୁଖ ଭୂମିକାରେ ପରଦାକୁ ଆସିବେ । ଆଦିତ୍ୟ ଧର୍ ଫିଲ୍ମର ନିର୍ଦ୍ଦେଶନା, ପ୍ରଯୋଜନା ଓ କାହାଣୀ ରଚନା କରିଛନ୍ତି । ଆସନ୍ତା ୧୯ରେ ଫିଲ୍ମ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ । ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡ଼ ଭାଷାରେ ରିଲିଜ୍ ହେବ।

ଆହୁରି ପଢ଼ନ୍ତୁ...ଜେସନ ସଞ୍ଜୟ ନିଜ ନାଁରୁ ହଟେଇଲେ ବାପା ବିଜୟଙ୍କ ସରନେମ୍