PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ: ୩୨ ମୃତ, ୪୦ ଆହତ

କାବୁଲ,୩୦।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ସକାଳେ ବଡ ଧରଣର ବିସ୍ଫୋରଣ। ଯେଉଁଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୪୦ ଜଣ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ତାଲିବାନର ମୁଖପାତ୍ର ଖାଇଦ ଜାଦରାନ୍‌ କହିଛନ୍ତି, ଦଶାତି ବାରଚି ଅଞ୍ଚଳରେ ଶୁକ୍ରବାର ସକାଳେ ଏହି ବିସ୍ଫୋରଣ ହୋଇଥିଲା। ଏହି ଅଞ୍ଚଳରେ ଅଧିକାଂଶ ଆଫଗାନିସ୍ତାନର ସଂଖ୍ୟାଲଘୁ ଶିୟା ସମ୍ପ୍ରଦାୟର ଲୋକ ରୁହନ୍ତି। ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ତାଲିବାନ ମୁଖପାତ୍ର ଖାଲିଦ ଜାଦରାନ କହିଛନ୍ତି, ପୀଡିତଙ୍କ ଭିତରେ ହାଇସ୍କୁଲରୁ ନେଇ ସ୍ନାତକ ଛାତ୍ରଛାତ୍ରୀ ରହିଛନ୍ତି। କାଜ୍ ଏଜୁକେସନାଲ ସେଣ୍ଟରକୁ ସେମାନେ ଟାର୍ଗେଟ କରିଥିଲେ।ୟୁନିଭର୍ସିଟିରେ ସେମାନେ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ବେଳେ ବିସ୍ଫୋରଣ ହୋଇଥିଲା। ସେ କହିଛନ୍ତି, ଶୁକ୍ରବାର ଏଭଳି ଶିକ୍ଷାକେନ୍ଦ୍ର ପାଇଁ ଅତିରିକ୍ତ ସୁରକ୍ଷା ମାଗିବେ, ଯାହାଙ୍କୁ ଟାର୍ଗେଟ କରାଯାଉଛି।  ଟ୍ବିଟର ପୋଷ୍ଟରେ ଏନ୍‌ଜିଓ ଅଫଗାନ୍‌ ପିସ୍‌ ଓ୍ବାଚ୍‌ କହିଛି, ଜଣେ ଆତ୍ମଘାତୀ ଆକ୍ରମଣକାରୀ ଛାତ୍ରଙ୍କ ଭିତରକୁ ଆସି ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା।

ଉଲ୍ଲେଖନୀୟ ଯେ, ନିକଟରେ କାବୁଲର ବଜିର ଆକବର ଖାନ୍‌ ଅଞ୍ଚଳ ପାଖରେ ମଧ୍ୟ ଏକ ବିସ୍ଫୋରଣ ହୋଇଥିଲା। ସେଭଳି ଆଫଗାନିସ୍ତାନର ଗୃହମନ୍ତ୍ରଣାଳୟ ତାଲିବାନ ଦ୍ବାରା ନିଯୁକ୍ତ ମୁଖପାତ୍ର ଅବଦୁଲ ନଫି ଟକୋର କହିଛନ୍ତି, ବିସ୍ଫୋରଣ ଶୁକ୍ରବାର ଭୋର ସମୟରେ ହୋଇଥିଲା। ଅବଦୁଲ ନଫି ଟକୋର କହିଛନ୍ତି, ଆମ ଦଳକୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି।