ନୂଆଦିଲ୍ଲୀ,୧୨/୧୦: ଗୁଳିବର୍ଷା, ଏୟାରଷ୍ଟ୍ରାଇକ୍ ସହ ବୋମାମାଡ଼ । ତାଲିବାନର ପଚଣ୍ଡ ପ୍ରହାରରେ ଛିନ୍ନଛତର ଆତଙ୍କୀସ୍ତାନ । 'ସିନ୍ଦୂର' ମାଡରେ ଥରହର ହୋଇଥିବା ପାକିସ୍ତାନର ୭ଟି ସ୍ଥାନରେ ଆଫଗାନିସ୍ତାନ ସେନା ଭୟଙ୍କର ଆକ୍ରମଣ କରିଛି । ଶୁକ୍ରବାର ପାକିସ୍ତାନ ଏୟାରଷ୍ଟ୍ରାଇକର ଜବାବ ଦେଇଛି ତାଲିବାନ । ଏଥିରେ ୧୫ ପାକ୍ ସେନା ନିହତ ହୋଇଛନ୍ତି । ଆଫଗାନ ସେନା କବଜାରେ ରହିଛି ପାକିସ୍ତାନର ଅନେକ ଆଉଟ୍ ପୋଷ୍ଟ୍ । ୨୦୨୧ ପରେ ପାକିସ୍ତାନ ବିରୋଧରେ ତାଲିବାନ ସେନାର ଏହା ପ୍ରଥମ ସାମରିକ ଆକ୍ସନ । ୫୮ ପାକ୍ ସେନାକୁ ମାରିଥିବା ଦାବି କରିଛି ତାଲିବାନ । ଦୁଇ ଦେଶର ମଧ୍ୟରେ ଉତ୍ତେଜନାକୁ ନେଇ ବଡ଼ ଯୁଦ୍ଧ ଆଶଙ୍କା କରାଯାଉଛି । ତାଲିବାନ ମାଡ଼ରେ ଥରହର ପାକିସ୍ତାନର ମୁହାଁଫୁଟାଣି ଛାଡୁନାହିଁ । ଆଫଗାନିସ୍ତାନ ପାଣି ଓ ନିଆଁ ସହିତ ଖେଳୁଛି ବୋଲି କହିଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ।

ତାଲିବାନ ମାଡରେ ଛାନିଆ ହୋଇଛି ପାକିସ୍ତାନ । ଆଗାମୀ ଦିନରେ ପାକିସ୍ତାନର ସମସ୍ୟା ଆହୁରି ବଢିବ । ଏବେ ପ୍ରଶ୍ନ କ'ଣ, ଆଫଗାନିସ୍ତାନ ସହ ଯୁଦ୍ଧରେ ପାକିସ୍ତାନକୁ ମିଳିବ କି ସାଉଦିର ସମର୍ଥନ ? କିଛି ଦିନ ତଳେ ଯୁଦ୍ଧର ଏକାଠି ମୁକାବିଲା କରିବାକୁ ଦୁଇଦେଶ ମଧ୍ୟରେ ବଡ଼ ଡିଫେନ୍ସ ଡିଲ୍ ହୋଇଥିଲା । ତାଲିବାନ ମାଡରେ ପାକିସ୍ତାନ କାନ୍ଧିଲାଣି ହେଲେ ସାଉଦି ଆରବ ଚୁପ୍ ବସିଛି । ନାଟୋ ଭଳି ଚୁକ୍ତି ଅଗ୍ନିପରୀକ୍ଷା ହୋଇଛି । ସେପଟେ ତାଲିବାନଠୁ ମାଡ଼ ଖାଇବା ପରେ ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ବିଷ ଓଗାଳିଛନ୍ତି । ଭାରତ ସମେତ ପ୍ରତିଦ୍ୱନ୍ଦୀ ଦେଶଗୁଡିକର ସମ୍ପୃକ୍ତି ନେଇ ଇଙ୍ଗିତ କରିଛନ୍ତି । ଧମକ ଦେଇ ମୋହସିନ କହିଛନ୍ତି, ''ଶତ୍ରୁ ଜାଲ ବିଛାଇଛି, ନିଆଁ ଓ ପାଣି ସହିତ ଖେଳୁଛି ଆଫଗାନିସ୍ତାନ । ପାକ୍‌ ସେନା ସତର୍କ ଅଛି । ପ୍ରତିଟି ଇଟାର ଜବାବ ପଥରରେ ଦେବୁ । ପାକିସ୍ତାନ ସେନା ପ୍ରମାଣ କରିଛନ୍ତି ସେମାନେ କୌଣସି ଉତ୍ତେଜନାକୁ ସହ୍ୟ କରିବେ ନାହିଁ ଏବଂ ପ୍ରଭାବଶାଳୀ ଭାବରେ ଜବାବ ଦେଇଛନ୍ତି । ''

କାନ୍ଦୁଛି ପାକିସ୍ତାନ, ସାଉଦି ଚୁପ୍‌- ତାଲିବାନ ମାଡରେ ଛାନିଆ ହୋଇଛି ପାକିସ୍ତାନ । ଆଗାମୀ ଦିନରେ ପାକିସ୍ତାନର ସମସ୍ୟା ଆହୁରି ବଢିବ । ଏବେ ପ୍ରଶ୍ନ କଣ, ଆଫଗାନିସ୍ତାନ ସହ ଯୁଦ୍ଧରେ ପାକିସ୍ତାନକୁ ମିଳିବ କି ସାଉଥର ସମର୍ଥନ ? କିଛି ଦିନ ତଳେ ଯୁଦ୍ଧର ଏକାଠି ମୁକାବିଲା କରିବାକୁ ଦୁଇଦେଶ ମଧ୍ୟରେ ବଡ଼ ଡିଫେନ୍ସ ଡିଲ୍ ହୋଇଥିଲା । ଗୋଟିଏ ଦେଶ ଉପରେ ଆକ୍ରମଣ ଦୁଇଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ । ତାଲିବାନ ମାଡରେ ପାକିସ୍ତାନ କାନ୍ଧିଲାଣି ହେଲେ ସାଉଦି ଆରବ ଚୁପ ବସିଛି । ନାଟୋ ଭଳି ଚୁକ୍ତି ଅଗ୍ନିପରୀକ୍ଷା ହୋଇଛି ।