ନୂଆଦିଲ୍ଲୀ,୨୦/୦୭: ଏନ୍‌ଭିଡିଆକୁ ପାର କରି ଆପଲ ପୁଣି ଥରେ ବିଶ୍ୱର ସବୁଠୁ ମୂଲ୍ୟବାନ କମ୍ପାନି ପାଲଟିଛି ।  ଚିପ୍ ନିର୍ମାତା ଏନ୍‌ଭି ଡିଆର ସେୟାର ମୂଲ୍ୟରେ ବୃହତ୍ ହ୍ରାସ ଘଟିବା ପରେ ଆପଲ୍‌ ମୂଲ୍ୟ ଏହା ତୁଳନାରେ ଅଧିକ ହୋଇଯାଇଥିବା ବ୍ଲୁମ୍‌ବର୍ଗ ରିପୋର୍ଟରୁ ଜଣାପଡ଼ିଛି ।

ଶୁକ୍ରବାର ଏନ୍‌ଭିଡିଆର ଷ୍ଟକ୍ ୩.୭% ହ୍ରାସ ଘଟିଛି । ଫଳରେ ଏହାର ମୋଟ ବଜାର ମୂଲ୍ୟ ପାଖାପାଖି ୪.୮ ଟ୍ରିଲିୟନ ଡଲାରକୁ ଖସିଆସିଛି । ଅନ୍ୟପକ୍ଷରେ, ଆପଲ୍‌ର ସେୟାର ମୂଲ୍ୟରେ ୦.୪% ବୃଦ୍ଧି ଘଟିଛି । ଫଳରେ ଆଇଫୋନ୍ ନିର୍ମାତାର ମୋଟ ବଜାର ମୂଲ୍ୟ ପାଖାପାଖି ୪.୯ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ୨୦୨୫ ମେ’ରେ ଏନ୍‌ଭିଡିଆ ବିଶ୍ୱର ସବୁଠୁ ମୂଲ୍ୟବାନ କମ୍ପାନିର ମାନ୍ୟତା ହାସଲ କରିଥିଲା । ବର୍ତ୍ତମାନ ଆପଲ ପୁନଃ ପ୍ରଥମ ସ୍ଥାନକୁ ଆସିଯାଇଛି । ଚଳିତବର୍ଷ ଆପଲ୍‌ର ସେୟାର ମୂଲ୍ୟରେ ୨୩% ବୃଦ୍ଧି ଘଟିଛି ।

ଅଧିକ ପଢ଼ନ୍ତୁ :-  Gold-Silver Price Today : ପୁଣି ବଢିଲା ସୁନା ଓ ରୁପା ଦର,୨୪ କ୍ୟାରେଟ୍ ସୁନା ଦର କଲା ନୂଆ ରେକର୍ଡ : କିଣିବା ପୂର୍ବରୁ ଜାଣନ୍ତୁ ଦାମ୍