ନୂଆଦିଲ୍ଲୀ,୦୨/୦୧: ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଦଳ ଘୋଷଣା କରାଯାଇଛି । ରସିଦ ଖାନ୍ ଅଧିନାୟକ ଓ ଇବ୍ରାହିମ ଜାଡ୍ରାନ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଗୁଲବଦ୍ଦିନ ନାଇବ ଓ ନବୀନ ଉଲ ହକ୍ ଫିଟ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଫଗାନିସ୍ତାନ ଗ୍ରୁପ୍-ଡି’ରେ କାନାଡ଼ା, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଏଇ ଦଳ ସ୍ଥାନ ପାଇଛି। ଦଳ ଆଗାମୀ ଫେବ୍ରୁଆରୀ ୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ଦଳ: ରସିଦ ଖାନ (ଅଧିନାୟକ), ଇବ୍ରାହିମ ଜାଡ୍ରାନ (ଉପ ଅଧିନାୟକ), ରହମନୁଲ୍ଲା ଗୁରବାଜ, ମହମ୍ମଦ ଆଇଜାକ, ସେଦିକୁଲ୍ଲା ଅଟଳ, ଡାରୱିସ ରସୁଲି, ସାହିଦୁଲ୍ଲା କମଲ, ଅଜମତୁଲ୍ଲା ଓମାରଜାଇ, ଗୁଲବଦ୍ଦିନ ନାଇବ, ମହମ୍ମଦ ନବି, ନୂର ଅହମ୍ମଦ, ମୁଜିବ ଉର ରେହମାନ, ନବୀନ ଉଲ ହକ୍, ଫଜଲ ହକ୍ ଫାରୁକି, ଅବଦୁଲ୍ଲା ଅହମ୍ମଦଜାଇ