PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

OLX ରେ ଫ୍ରିଜ୍‌ ବିକ୍ରି କରିଥାନ୍ତା ଅଫତାବ , ପୂରା ପ୍ଲାନ୍‌ କରି ସାରିଥିଲା

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଫତାଭର ଫ୍ଲାଟ୍‌ର ଯାଞ୍ଚ ବେଳେ ମହରୌଲି ପୁଲିସ ହାତରେ ଲାଗିଛି କିଛି ମହତ୍ତ୍ୱପୂର୍ଣ୍ଣ ସୁରାକ୍‌। ପୁଲିସକୁ ମହିଳାଙ୍କ କପଡ଼ା ମିଳିଛି। କୁହାଯାଉଛି ଏହି କପଡ଼ା ଶ୍ରଦ୍ଧାଙ୍କର । କିନ୍ତୁ ଘଟଣା ବେଳେ ପିନ୍ଧିଥିବା ଉଭୟଙ୍କର କପଡ଼ାର କୌଣସି ପତ୍ତା ଏବେ ବି ମିଳିନାହିଁ। ଯାଞ୍ଚ ସହ ଜଡ଼ିତ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି , ଅଫତାବ ଠାରୁ ନୂଆ ପ୍ରମାଣ ଆଧାରରେ ଅନେକ ଥର ପଚରାପଚରି ହୋଇଛି। ଏବେ ସେ ନୂଆ ନୂଆ ଖୁଲାସା କରୁଛି। ପୁଲିସ ଟିମ୍‌ ଶୁକ୍ରବାର ରାତିରେ ଅଫତାବକୁ ନେଇ ତାର ଫ୍ଲାଟକୁ ଯାଇଥିଲା।

ଏହି ସମୟରେ ପାଖାପାଖି ୪ଘଣ୍ଟା ଯାଏ ତନ୍ନତନ୍ନ ଯାଞ୍ଚ କରିବା ପରେ ଟିମ୍‌କୁ ଷ୍ଟୋର ରୁମ୍‌ର କୋଣରୁ ଏକ ଧାରୁଆ ଅସ୍ତ୍ର ମିଳିଥିଲା। ପୁଲିସ ଅଧିକାରୀ କହିଛନ୍ତି , କୁହାଯାଉଛି ଏହି ଅସ୍ତ୍ରରେ ଅଫତାଭ ଶ୍ରଦ୍ଧାଙ୍କର ଶବକୁ ଖଣ୍ଡ ଖଣ୍ଡ କରିଥିଲା। ପୁଲିସ ଏହାକୁ ପ୍ରମୁଖ ପ୍ରମାଣ ବୋଲି ଭାବିଛି। ସେପଟେ ନିଜ ଫୋନରୁ ଅନେକ ଆପ୍କୁ ହଟେଇ ଦେଇଛି ଅଭିଯୁକ୍ତ ଅଫତାବ। ଏହା ବ୍ୟତୀତ ଗୁଗଲ ଆପ୍‌ରେ ମଧ୍ୟ ନିଜର ଆକାଉଣ୍ଟକୁ ମଧ୍ୟ ହଟେଇ ଦେଇଥିଲା । ଏବେ ଏହା ମାଧ୍ୟମରେ ପୁଲିସ ଅଫତାଭ ଫୋନ୍‌ରେ ଚାଲୁଥିବା ଆପ୍‌ ଓ ଇଣ୍ଟରନେଟ୍‌ ବ୍ୟବହାର ବିଷୟରେ ଜାଣିବାକୁ ଚେଷ୍ଟା କରିବ । ପୁଣି ନୂଆ ପ୍ରମାଣ ଆଧାରରେ ପୁଲିସ ଅଫତାବକୁ ଜେରା କରିବ।

ଅଫତାବ ଦିଲ୍ଲୀ ପୁଲିସକୁ ଜେରାରେ କିଛି ବିଶେଷ ଖୁଲାସା କରିଛି। ସେ କହିଛି ସେ ଫ୍ରିଜ୍‌ ସହ ଫ୍ଲାଟ୍‌ରେ ଥିବା ଅନ୍ୟ ସବୁ ଜିନିଷ ଓଏଲଏକ୍ସରେ ବିକ୍ରି କରିବାକୁ ଭାବିଥିଲା। ଅଫତାବ କହିଛି , ଶ୍ରଦ୍ଧାର ସାଙ୍ଗ ଲକ୍ଷ୍ମଣ ବି ଅନେକ ଥର ତାକୁ (ଅଫତାବ) ଫୋନ କରୁଥିଲା । ସେପଟେ ମୁମ୍ୱାଇ ପୁଲିସ ଶ୍ରଦ୍ଧାର ତଲାସ କରୁଥିଲା। ମୁମ୍ୱାଇ ପୁଲିସ ବି ଅନେକ ଥର ତାକୁ ପଚରାପଚରି କରିସାରିଥିଲା। ଏଥିପାଇଁ ସେ କୌଣସି ଏମିତି ହରକତ କରିବାକୁ ଚାହୁଁନଥିଲା କି କାହାକୁ ଯେମିତି କିଛି ସନ୍ଦେହ ହେବ। ସେ ସବୁ ମାମଲା ଶାନ୍ତ ହୋଇଗଲା ପରେ ଫ୍ଲାଟରେ ଥିବା ସବୁ ଜିନିଷ ଅନଲାଇନ୍‌ ବିକ୍ରିକରି ସେହି ଅଞ୍ଚଳ ଛାଡ଼ି ଚାଲିଯିବାକୁ ଯୋଜନା କରିଥିଲା ।

ଅଫତାବ କହିଛି ସେ ପୁରୁଣା ଫୋନ ଓ ଫେକ୍‌ ଡକ୍ୟୁମେଣ୍ଟରେ ସିମ୍‌ର ବ୍ୟବହାର କରୁଥିଲା। ତାର ଆଶଙ୍କା ଥିଲା କେବେ ବି ପୁଲିସ ତା ପାଖରେ ପହଞ୍ଚି ପାରେ। ଏଥିପାଇଁ ସବୁ ଜିନିଷ ବିକ୍ରି କରି ଫୋନ୍‌ ଓ ସିମ୍‌କୁ ନଷ୍ଟ କରିଥାନ୍ତା। ହେଲେ ଏହା ପୂର୍ବରୁ ପୁଲିସ୍‌ ତାକୁ ଧରିନେଇ ଥିଲା। ତାର ସବୁ ଚାଲାକି ଅଧାରେ ରହିଯାଇ ଥିଲା ।  

ସମ୍ବନ୍ଧିତ ଖବର