PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ

ନୂଆଦିଲ୍ଲୀ, ୨୦/୦୫ : ଦୀର୍ଘ ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ସମାଜବାଦୀ ପାର୍ଟି ନେତା ଆଜମ ଖାନ। ତାଙ୍କର ଦୁଇ ପୁଅ ଅଦୀବ, ଅବଦ୍ଦୁଲ୍ଲା, ଓ ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖିଆ ଶିବପାଳ ଯାଦବ ଆଜମଙ୍କୁ ସ୍ଵାଗତ କରିବାକୁ ସୀତାପୁର ଜେଲ୍‌ରେ ପହଞ୍ଚିଛନ୍ତି। ଗତକାଲି ସୁପ୍ରିମକୋର୍ଟ ଆଜମଙ୍କ ଅନ୍ତରୀଣ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ। ଏହାପରେ ମଧ୍ୟରାତ୍ରୀ ବେଳକୁ ଜେଲ୍‌ରେ କୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚିଥିଲା। ଏହାପରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆଜି ସକାଳେ ଆଜମ ଜେଲ୍‌ରୁ ମୁକୁଳିଛନ୍ତି।

ତେବେ ତାଙ୍କୁ ନିୟମିତ ଜାମିନ ପାଇଁ ୧୪ ଦିନ ସମୟ ଦିଆଯାଇଛି। ୧୪ ଦିନ ମଧ୍ୟରେ ନିମ୍ନ ଅଦାଲତରୁ ତାଙ୍କୁ ନିୟମିତ ଜାମିନ ନେବାକୁ ପଡିବ। ଯଦି ସେ ନିମ୍ନ ଅଦାଲତରୁ ଜାମିନ ନମିଳିବ ତେବେ ପୁଣି ଥରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ।

ପ୍ରକାଶ ଥାଉକି, ରାମପୁର ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ଆଜମ ଖାନଙ୍କ ବିରୋଧରେ ୮୮ଟି ମାମଲା ରୁଜୁ ହୋଇଥିଲା। ତାଙ୍କୁ ସମସ୍ତ ମାମଲାରେ ଜାମିନ ମିଳିଥିଲା, କିନ୍ତୁ ୨୦୨୦ରେ ରାମପୁର ପବ୍ଲିକ୍ ସ୍କୁଲ୍ ମାମଲାରେ ଆଜାମ ଖାନଙ୍କ ନାମ ସମ୍ପୃକ୍ତ ଥିଲା। ଏହା ପରେ ତାଙ୍କ ବିରୋଧରେ ପଞ୍ଜୀକୃତ ମାମଲା ସଂଖ୍ୟା ୮୯କୁ ବୃଦ୍ଧି ପାଇଲା। ଏହା ପରେ ରାମପୁର ପବ୍ଲିକ୍ ସ୍କୁଲ ମାମଲାରେ ଆଜାମ ତାଙ୍କ ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଗୁରୁବାର ଦିନ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର