ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୭ ବର୍ଷ ପରେ ସାଉଥ୍‌ରେ ନୋରାଙ୍କୁ ଅଭିନୟ ସୁଯୋଗ, ‘ମଟ୍‌କା’ରେ ବରୁଣ ତେଜ୍‌ଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

Published By : Prameya | November 14, 2024 9:15 AM

ମୁମ୍ବାଇ ୧୪/୧୧: ତେଲୁଗୁ ଫିଲ୍ମ ‘ମଟ୍‌କା’ରେ ବରୁଣ ତେଜ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ନୋରା ଫତେହି । ଏକ ଗଣମାଧ୍ୟମ  ସହ ବାର୍ତ୍ତାଳାପରେ ସେ ଫିଲ୍ମ ବିଷୟରେ ଅନେକ କଥା ଶେୟାର କରିଛନ୍ତି । ସୁଟିଂ ସମୟରେ ସେ  ଆହତ ହୋଇଥିଲେ । ତଥାପି ସୁଟିଂ ଜାରି ରଖିଥିଲେ ।  

ଏ ବିଷୟରେ ନୋରା କହନ୍ତି, ଦୀର୍ଘ ୭ ବର୍ଷ ପରେ ତେଲୁଗୁ ଫିଲ୍ମରେ ଅଭିନୟର ସୁଯୋଗ ମିଳିଛି । ତେଣୁ ଆହତ ଯୋଗୁ ସୁଟିଂ ଅଟକାଇବାକୁ ଚାହୁଁନଥିଲେ । ଫିଲ୍ମଟି ତେଲୁଗୁ ସମେତ ହିନ୍ଦୀ, ତାମିଲ, କନ୍ନଡ଼ ଓ  ମାଲାୟାଲମ୍‌ରେ ମୁକ୍ତିଲାଭ କରିବ । 

‘ମଟ୍‌କା’ରେ ନୋରା ସୋଫିଆ ଭୂମିକାରେ ଅଭିନୟ  କରିଛନ୍ତି, ଯିଏକି ଜଣେ କ୍ୟାବ୍‌ରେ ଡ୍ୟାନ୍ସର ।  ବାସୁ(ବରୁଣ)ଙ୍କ ଜୀବନରେ ଏଣ୍ଟ୍ରି କରିବା ପରେ  ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ହୋଇଛି ।  ଫିଲ୍ମରେ ନୋରାଙ୍କର ଅଲଗା ଲୁକ୍‌ ଦେଖିବାକୁ  ମିଳିବ । ତେଲୁଗୁ ଭାଷାରେ କଥା ହେବା ତାଙ୍କ  ପାଇଁ ସବୁଠୁ ମୁସ୍କିଲ ଥିଲା । ନିର୍ଦ୍ଦେଶକ ତାଙ୍କ  ଚରିତ୍ର ଓ ଭାଷା ଉପରେ ବହୁତ କାମ କରିଛନ୍ତି ।  ପ୍ରଥମ ଦିନ ବରୁଣଙ୍କ ସହ ତାଙ୍କର ସୁଟିଂ  ଥିଲା । ଡାଇଲଗ୍‌ ଏତେ ଲମ୍ବା ଥିଲା ଯେ ସେ  ରାତିସାରା ଶୋଇପାରି ନ ଥିଲେ । ଏକ ଗୀତ ଜରିଆରେ ଫିଲ୍ମରେ ନୋରାଙ୍କ ଏଣ୍ଟ୍ରି ହୋଇଛି । ସେଇ  ଗୀତ ସୁଟିଂ ସମୟରେ ସେ ଆହତ  ହୋଇଥିଲେ । କିନ୍ତୁ ଫିଲ୍ମର ସୁଟିଂ  ୫ ଦିନରେ ଶେଷ କରିବାର ଥିଲା । ତେଣୁ ଯନ୍ତ୍ରଣାକୁ ଖାତିର  ନ କରି ସେ ସୁଟିଂ ଜାରି  ରଖିଲେ । ଜଣେ ଅଭିନେତ୍ରୀ  ଭାବେ ଫିଲ୍ମରେ କାମ  କରିବା ତାଙ୍କ ପାଇଁ ଏକ ଭିନ୍ନ ଯାତ୍ରା ବୋଲି ନୋରା  କହିଛନ୍ତି । ଦୀର୍ଘ ୭ ବର୍ଷ ହେଲା  ନୋରା ତେଲୁଗୁ  ଇଣ୍ଡଷ୍ଟ୍ରିରେ କାମ  କରିଆସୁଛନ୍ତି । ଅନେକ ଗୀତରେ ସେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଥର  ଜୁନିୟର ଏନ୍‌ଟିଆରଙ୍କ ଫିଲ୍ମ ‘ଟେମ୍ପର୍‌’ର  ଗୀତରେ ସେ ନଜର ଆସିଥିଲେ ।  ପୂର୍ବରୁ ବରୁଣ ତେଜଙ୍କ ଫିଲ୍ମରେ ଏକ  ଗୀତରେ ପ୍ରଦର୍ଶନ କରିଥିଲେ । ଏବେ  ତାଙ୍କ ସହ ଫିଲ୍ମରେ କାମ କରିବାର  ସୁଯୋଗ ପାଇଁ ନୋରା ଖୁବ୍‌ ଖୁସି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.