ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିହାର ପରେ ଏବେ ହରିୟାଣାରେ ଲାଗିପାରେ ବିଜେପିକୁ ଝଟ୍‌କା, ଦୁଷ୍ୟନ୍ତ ଚୌଟାଲାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କହିଲା ଜେଜେପି

ନୂଆଦିଲ୍ଲୀ, ୧୭/୦୮ : ବିହାର ପରେ ଏବେ ହରିୟାଣାରେ ଲାଗିପାରେ ବିଜେପିକୁ ଝଟ୍‌କା। ହରିୟାଣାରେ ଦୁର୍ବଳ ହେବାରେ ଲାଗିଛି ବିଜେପି ଓ ଜେଜେପି ମେଣ୍ଟ। ୨୦୨୪ରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କଲେ ଜେଜେପିର ପ୍ରଦେଶ ଅଧ୍ୟକ୍ଷ ନିଶାନ ସିଂହ। କରନାଲରେ ଏକ ପ୍ରେସ୍‌ମିଟ୍‌ରେ ନିଶାନ ସିଂହ କହିଛନ୍ତି ଯେ, ସମସ୍ତେ ଆଗକୁ ବଢିବାକୁ ଚାହାଁନ୍ତି। ତେଣୁ ଏଥିରେ ମୋତେ କିଛି ଭୁଲ୍ ଲାଗୁନାହିଁ। ରାଜ୍ୟର ସବୁ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଯୁବ ପୀଢିଙ୍କର ଏହାହିଁ ଇଚ୍ଛା ଯେ, ଦୁଷ୍ୟନ୍ତ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

କରନାଲରେ ଏହା ପୂର୍ବରୁ ନିଶାନ ସିଂହ ରାଜ୍ୟ ମନ୍ତ୍ରୀ ଅନୁପ ଧନକଙ୍କ ସହ ପାର୍ଟିର ନେତାଙ୍କୁ ସାକ୍ଷାତ କରିଥିଲେ ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ସେ ବଜେପି ଏବଂ ଜେଜେପି ମହାମେଣ୍ଟରେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ତେବେ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ସହ ବିଚାର ବିମର୍ଶ ପରେ ଏନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ତେବେ ଆଦମପୁର ଉପନିର୍ବାଚନକୁ ନେଇ ସେ କହିଛନ୍ତି ଯେ, ନିର୍ବାଚନ ତାରିଖ ଘୋଷଣା ହେବା ପରେ ସେ ନିଷ୍ପତ୍ତି ନେବେ। କଂଗ୍ରେସ ରାଜ୍ୟରେ ସତ୍ତା ହରାଇଛି।

Copyright © 2022 - Summa Real Media Private Limited. All Rights Reserved.