ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରେମରେ ଧୋକା ଖାଇଲେ; ହୃଦୟ ଭାଙ୍ଗିଥିଲା ହେଲେ ହାରିନଥିଲେ, କେମିତି ଥିଲା IAS ଆଦିତ୍ୟଙ୍କ କାହାଣୀ

Published By : Ankita S | January 31, 2025 2:17 PM

ପାଟନା,୩୧/୦୧: ପ୍ରେମ କରିଥିଲେ ହେଲେ ମିଳିଲା ପ୍ରତାରଣା । ଅଧାରାସ୍ତାରେ ହାତ ଛାଡି ଦେଲା ପ୍ରେମିକା । ହୃଦୟ ଭାଙ୍ଗିଥିଲା ହେଲେ ମନୋବଳ ଭାଙ୍ଗିନଥିଲା । ଜିଦ୍ କରିଥିଲେ ୟୁପିଏସସି ପରୀକ୍ଷା ଦେବି ଆଉ ଆଇଏଏସ ହେବି । ଆଉ ତାହା ହିଁ କରି ଦେଖାଇଲେ । ଉଚ୍ଚ ବେତନ ଚାକିଚି ଛାଡିଲେ । ପ୍ରେମରେ ବିଫଳ ହେଲେ ୟୁପିଏସସି ପରୀକ୍ଷା ପାସ୍ କଲେ । ପ୍ରତାରଣା ମଳିବା ପରେ ସଂଘର୍ଷକୁ ସାଥୀ କରି ସଫଳତାର କାହାଣୀ ଲେଖିଛନ୍ତି ବିହାର ପାଟନାର ଆଇଏଏସ ଆଦିତ୍ୟ ପାଣ୍ଡେ । ଆଦିତ୍ୟଙ୍କର ଏହି ୟୁପିଏସସି ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣା ପାଲିଟିଛି ।

ଆଇଏଏସ ଆଦିତ୍ୟ ପାଣ୍ଡେ ଏବେ ଜଣେ ପ୍ରେରଣାର ନାମ । ବିହାର ପାଟନା ଜିଲ୍ଲା ବିଷ୍ଣୁପୁର ଗାଁରେ ଆଦିତ୍ୟଙ୍କ ଘର । ପିଲାଦିନୁ ଖୁବ ଦୁଷ୍ଟ ଥିଲେ । ହେଲେ କିଏ ଜାଣିଥିଲା ସେ ଜଣେ ଆଇଏଏସ ହେବେ ବୋଲି । ସ୍କୁଲ ପାଠ ସରିବା ପରେ ପଞ୍ଜାବ ଏଲପିୟୁରେ ଇଲେକ୍ଟ୍ରୋନିକ୍ସ କମୁନିକେସନରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଆଇଆଇଟି ରୁରକିରେ ଏମବିଏ କରିଥିଲେ । ଏମବିଏ କରିବା ସମୟରେ ପ୍ରେମରେ ପଡିଥିଲେ ଆଦିତ୍ୟ । ୬ମାସ ପ୍ରେମ ସମ୍ପର୍କ ଠିକଠାକ ଚାଲିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଆଦିତ୍ୟଙ୍କ ହାତ ଛାଡି ଦେଇଥିଲେ ପ୍ରେମିକା । ଏହି ସମୟରେ ମନରେ ଠାଣି ନେଇଥିଲେ ଆଦିତ୍ୟ ୟୁପିଏସସି ପରୀକ୍ଷା ଦେବି ଆଇଏଏସ ହେବି । ଜିଦରେ ଅଟଳ ରହିଥିଲେ ଆଦିତ୍ୟ । ଆଉ ଆରମ୍ଭ ହୋଇଥିବା ୟୁପିଏସସି ପ୍ରସ୍ତୁତି । 

ଏହା ବି ପଢନ୍ତୁ...କିଏ ଏହି ଭବ୍ୟା ମିତ୍ତଲ ? ଯାହାଙ୍କ ନାଁ ଶୁଣିଲେ ଥରନ୍ତି ସରକାରୀ କର୍ମଚାରୀ

ଏମବିଏ ପରେ ଆଇଆଇସି ବ୍ୟାଙ୍କରେ ଚାକିରି କରିଥିଲେ । ଭଲ ଦରମା ମଧ୍ୟ ପାଉଥିଲେ । ହେଲେ ୨୦୨୦ରେ ତାଙ୍କ ଜୀବନ ନୂଆ ମୋଡ ନେଇଥିଲା । ଚାକିରି ଛାଡି ୟୁପିଏସସି ପ୍ରସ୍ତୁତି କରିଥିଲେ ଆଦିତ୍ୟ । ୩ଥର ପରୀକ୍ଷା ଦେଇଥିଲେ । ମାତ୍ର ବିଫଳ ହୋଇଥିଲେ ହେଲେ ହାରି ନଥିଲେ । ୨୦୨୧ରେ ମାତ୍ର ୨.୫ ମାର୍କ ପାଇଁ ସ୍ବପ୍ନ ପୂରଣ ହୋଇପାରିନଥିଲା । ୨୦୨୨ରେ ପୁଣି ପରୀକ୍ଷା ଦେଇଥିଲେ । ଆଉ ୪୮ତମ ରାଙ୍କ ହାସଲ କରିଥିଲେ । ପ୍ରେମରେ ପ୍ରତାରଣା ମିଳିବା ପରେ ନିଜକୁ ଜଣେ ଆଇଏଏସ ଅଧିକାରୀ କରିବାର ଜିଦ୍ ତାଙ୍କୁ ସଫଳତା ହୋଇଥିଲା । ଆଦିତ୍ୟଙ୍କର ଏହି ଯାତ୍ରା ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚିନ୍ତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.