PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ବୈଜ୍ଞାନିକଙ୍କ ସତର୍କବାଣୀ, ଶୀତ ଦିନେ ସାରା ବିଶ୍ବ ‘ଟ୍ବିନଡେମିକ୍’ ର ଭୟାବହତାକୁ ସାମନା କରିବ

https://www.newstimes.co.in/n

ନ୍ୟୁୟର୍କ,୧୭।୮: ସାରା ବିଶ୍ବରେ କରୋନା ସଂକ୍ରମଣ ମାମଲା ଲଗାତାର ଭାବରେ ବଢିବାରେ ଲାଗିଛି। ଏପରିକି ନ୍ୟୁଜିଲାଣ୍ଡ ଭଳି ଦେଶରେ ମଧ୍ୟ କରୋନା ଫେରୁଛି। ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି ଆସିବାକୁ ଯାଉଥିବା ଶୀତ ଦିନ ଗୁଡିକରେ କରୋନା ‘ଡବଲ ମହାମାରୀ’ ଭଳି ସ୍ଥିତି ସୃଷ୍ଟି କରିବ ବୋଲି ଚେତାବନୀ ଦିଆଯାଇଛି। ପବ୍ଲିକ ହେଲଥ୍ ସମ୍ପର୍କିତ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତ ଋତୁ ଖରାପ ଖବର ନେଇ ଆସୁଛି ଓ କୋଭିଡ୍-୧୯ ସହିତ ସିଜନାଲ ଫ୍ଲୁ ମଧ୍ୟ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଏଭଳି ସ୍ଥିତିକୁ ବୈଜ୍ଞାନିକମାନେ ‘ଟ୍ବିନଡେମିକ୍’ ବୋଲି କହୁଛନ୍ତି।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଶୀତଦିନେ ସିଜନାଲ ଫ୍ଲୁ ଏକ ସାଧାରଣ ରୋଗ। ଏବେ କରୋନା ସମୟରେ ହସ୍ପିଟାଲ ଗୁଡିକ ମଧ୍ୟ ରୋଗୀଙ୍କ ପାଇଁ ଫୁଲ୍। ଏଭଳି ସ୍ଥିତିରେ ସିଜନାଲ ଫ୍ଲୁ ରୋଗୀଙ୍କର ଚିକିତ୍ସା କିଭରି ହେବ? ଆଉ ଏକ ପ୍ରଶ୍ନହେଉଛି କୋଭିଡ୍-୧୯ ଓ ସିଜନାଲ ଫ୍ଲୁର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ପ୍ରାୟ ସମାନ। ଏଭଳି ସ୍ଥିତିରେ ହସ୍ପିଟାଲରେ ଭିଡ ତ ନିହାତି ରହିବ। ସିଜନାଲ ଫ୍ଲୁରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ‘ଫ୍ଲୁ ସଟ୍’ ଦିଆଯାଉଥିଲା, ଯାହାକି ଚଳିତ ବର୍ଷ ସମ୍ଭବ ନୁହେଁ। ସେଥିପାଇଁ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବ।  ମୁଣ୍ଡବିନ୍ଦା, ଜ୍ବର, କଫ ଓ ତଣ୍ଟି ଦରଜ ଭଳି ଲକ୍ଷଣ କୋଭିଡ୍-୧୯ ଓ ସିଜନାଲ ଜରରେ ସମାନ ପ୍ରକାର ଦେଖିବାକୁ ମିଳିଥାଏ। ଯଦି ଫ୍ଲୁରେ ଆକ୍ରାନ୍ତ ବ୍ୟକ୍ତି କରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୁଅନ୍ତି ତେବେ ସ୍ଥିତି ଖୁବ୍ ଘାତକ ହୋଇପାରେ।