ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଭାରତର 'ଅପରେସନ୍ ସିନ୍ଦୂର' ପରେ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରିବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ

Published By : Tapas Panda | May 18, 2025 8:57 PM

Image Courtesy: indiatv

ନୂଆଦିଲ୍ଲୀ: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ସୋମବାର ଚୀନ୍ ଗସ୍ତ କରିବେ । ସେଠାରେ ସେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଓ୍ବାଇଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ସହିତ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ମଧ୍ୟ ଏହି ତ୍ରିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ମେ ୨୦ରେ ଚୀନ୍ ପହଞ୍ଚିବେ। ପାକିସ୍ତାନରେ ଭାରତର ଅପରେସନ ସିନ୍ଦୁର ପରେ ଏହା ଦାରଙ୍କ ପ୍ରଥମ ଚୀନ ଗସ୍ତ ହେବ। 

ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ୍ ରିପୋର୍ଟ ଅନୁସାରେ, ତ୍ରିପାକ୍ଷିକ ବୈଠକରେ ସାମ୍ପ୍ରତିକ ଘଟଣାକ୍ରମ, ବିଶେଷକରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ଆଞ୍ଚଳିକ ବାଣିଜ୍ୟ, ସୁରକ୍ଷା ସହଯୋଗ ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ରଣନୀତିକୁ ସୁଦୃଢ଼ କରିବା ଉପରେ ଆଲୋଚନା ହେବ । ଏହି ଉଚ୍ଚସ୍ତରୀୟ କୂଟନୈତିକ ବୈଠକର ପୃଷ୍ଠଭୂମି ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୧୦ ତାରିଖରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା । 

ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ମେ ୭ ସକାଳେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ହମଲା କରିଥିଲା ।  ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପରେ, ପାକିସ୍ତାନ ମେ ୮ରୁ ୧୦ ମଧ୍ୟରେ ଭାରତୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ହେଲେ ଶେଷରେ ମେ ୧୦ରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ହୋଇଥିଲା ।
 

ସେପଟେ ଦୁଇ ଦେଶର ଅସ୍ତ୍ରବିରତି ନିଷ୍ପତ୍ତିକୁ ଚୀନ୍‌ ସ୍ବାଗତ କରିଥିଲା । ଉଭୟ ଦେଶର ଦୀର୍ଘକାଳୀନ ଏବଂ ମୌଳିକ ସ୍ୱାର୍ଥ ପାଇଁ ଏହା ଜରୁରି ଥିଲା ବୋଲି କହିଥିଲା ଚୀନ । ତେବେ ଏହା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଚୀନ୍‌ ଗସ୍ତ କରିବାକୁ ଯାଉଛି ।  ଚୀନ୍, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ  ହେବାକୁ ଥିବା ତ୍ରିପାକ୍ଷିକ  ବୈଠକରେ ବିଶେଷକରି ସୀମାପାର ଏବଂ ଆଫଗାନିସ୍ତାନରେ ଅସ୍ଥିରତା ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଉପରେ ଆଲୋଚନା ହେବ । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଞ୍ଚଳିକ ଶାନ୍ତି ବଜାୟ ରଖିବା ପାଇଁ ମିଳିତ ରଣନୀତି ଉପରେ ମଧ୍ୟ ବିଚାର କରାଯାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.