୩୬ ହଜାର ଟଙ୍କାର ଜ୍ୟାକେଟ୍ ପରେ ନିଜ ପ୍ରିୟ ଡାଏନା ପାଇଁ ନୂଆ ଘର କିଣିଲେ ପ୍ରିୟଙ୍କା, ଦାମ୍ ଶୁଣିଲେ ଉଡିଯିବ ହୋସ୍

ମୁମ୍ବାଇ ୨୫/୧: ପ୍ରିୟଙ୍କା ଚୋପ୍ରା ପ୍ରାୟ ନିଜ ପୋଷା କୁକୁର ଡାଏନା ସହିତ ଦେଖାଯାନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କା ନିଜ ପ୍ରିୟ ଡାଏନା ସହିତ ସବୁବେଳେ ପଟୋ ପୋଷ୍ଟ କରିବାରେ ମଧ୍ୟ ନଜର ଆସିଥାନ୍ତି । କିଛି ଦିନ ତଳେ ପ୍ରିୟଙ୍କା ତା ପାଇଁ ଜ୍ୟାକେଟ୍ କିଣିଥିଲେ ଯାହାର ମୂଲ୍ୟ ଥିଲା ୩୬ ହଜାର । ଏବେ ସେ ନିଜ ଡାଏନା ପାଇଁ ଏକ ନୂଆ ଘର ମଧ୍ୟ କିଣିଛନ୍ତି ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ।
ପ୍ରିୟଙ୍କା ନିଜ ଫେବରାଇଟ୍ ଡାଏନାକୁ ଅତି ଆଦରରେ ପାଳନ୍ତି । ତାକୁ ଶୀତରୁ ରକ୍ଷା କରିବା ପାଇଁ ପ୍ରିୟଙ୍କା ତା ପାଇଁ ଏକ ଜ୍ୟାକେଟ୍ କିଣିଥିଲେ । ଏବଂ ଏବେ ତା ପାଇଁ ନୂଆ ଘର କିଣି ପୁଣି ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ନିଜ ଡାଏନା ପାଇଁ ଏକ ଘର କିଣିଛନ୍ତି ଏବଂ ତା ସହିତ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ପ୍ରିୟଙ୍କା କ୍ୟାପସନ୍ ଦେଇଛନ୍ତି ଯେ ନୂଆ ଘର ପାଇଲା ପରେ ମିମି ଡାଏନା ଆଉ ତାକୁ ଛାଡିବାକୁ ଇଛା କରୁନି ।
ତେବେ କହିରଖୁଛୁ ଦେଶୀ ଗର୍ଲ ବିଦେଶୀ ବୋହୂ ହେବା ପରେ ପ୍ରଥମ ନୂଆ ବର୍ଷ ପାଳନ କରିବା ପାଇଁ ସ୍ୱିଜରଲ୍ୟାଣ୍ଡ ଯାଇଥିଲେ । ଏହା ପରେ ସେ ଲସ୍ ଆଞ୍ଜେଲସ୍ ଫେରିଆସିଛନ୍ତି । ଏବେ ସେ ନିଜ ପ୍ରଥମ ଓରିଜନ୍ ୟୁଟ୍ୟୁବ୍ ସିରିଜ ପାଇଁ କାମ କରୁଛନ୍ତି ଏବଂ ନିଜର ଅଧିକାଂଶ ସମୟ ନିଜ ଡାଏନା ସହିତ ବିତାଉଛନ୍ତି ।