ଭଦ୍ରକ, ୨୬/୧୦: ବାତ୍ୟା ପରେ ଆରମ୍ଭ ହେଲା ବନ୍ୟା ବିତ୍ପାତ । ଶୁକ୍ରବାର ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ ହେବା ପରେ ଭଦ୍ରକ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ଏବେବି ବର୍ଷା ପବନ ଜାରି ରହିଛି । ଯାହା ଫଳରେ ଭଦ୍ରକ ପୌରପାଳିକାର ଅନେକ ୱାର୍ଡର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରେ ଘରେ ପାଣି ପଶିବା କରାଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।
ଶୁକ୍ରବାର ଦିନ ଏବଂ ରାତି ତମାମ ଅନବରତ ବର୍ଷା ଜାରି ରହିଥିଲା । ଭଦ୍ରକ ପୌରପାଳିକାର ୱାର୍ଡ ନମ୍ୱର ୪,୫, ୮, ୯, ୧୦ ଏବଂ ଏହିପରି ଅନେକ ଞ୍ଵାର୍ଡରେ ଡ୍ରେନ୍ ପାଣି ଘରେ ପଶି ଯାଇଛି । ସମାନ ଭାବେ ଗୋପବନ୍ଧୁପୁର, ଗୋବିନ୍ଦପୁର ଆଦି ଗାଁରେ ମଧ୍ୟ ବନ୍ୟା ସମସ୍ୟା ଦେଖାଦେଇଛି । ଧାମନଗର ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହେବା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।