PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

୩ ବର୍ଷ ପରେ ମହାଶିବରାତ୍ରିରେ ପଡୁଛି ମହାସଂଯୋଗ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

source:navbharattimes.indiatimes.com

ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଧଶୀରେ ଭଗବାନ ଶିବଙ୍କ ବିବାହ ପାଳନ କରାଯାଏ । ଶିବପୁରାଣରେ ଏହି ଚତୁର୍ଦ୍ଦଶୀକୁ ମହାଶିବରାତ୍ରି କୁହାଯାଏ । ଏହି ଶିବରାତ୍ରୀରେ ମହା ଶବ୍ଦ ଏଥିପାଇଁ ଲାଗିଛି କାରଣ ଶିବରାତ୍ରୀ ସବୁ ମାସରେ ଥରେ ଆସିଥାଏ କିନ୍ତୁ ଫାଲ୍ଗୁନ ମାସର ଶିବରାତ୍ରୀ ବର୍ଷରେ କେବଳ ଥରେ ଆସିଥାଏ । ମହାଶିବରାତ୍ରିରେ ଅନେକ ମହତ୍ତ୍ୱ ରହିଛି କାରଣ ଏହା ଶି ଓ ଶକ୍ତିଙ୍କ ମିଳନର ରାତି । ଆଧ୍ଯାତ୍ମିକ ରୂପେ ଏହାକୁ ପ୍ରକୃତି ଓ ପୁରୁଷର ମିଳନର ରାତି ବୋଲି କୁହାଯାଇଥାଏ । ଏହି ରାତିରେ ଆଧ୍ୟାତ୍ମିକ ଶକ୍ତି ଅଧିତ ଜାଗ୍ରତ ହୋଇଥାଏ । ଏଥିପାଇଁ ଏହି ରାତିକୁ ଧ୍ଯାନ, ଯୋଗ, ତପ ଓ ସାଧନାରେ ବ୍ୟୟ କରିବା ଉଚିତ୍ । ଚଳିତ ବର୍ଷ ମହାଶିବରାତ୍ରି ୪ ମାର୍ଚ୍ଚରେ ପଡୁଛି । ଏହି ଅବସରରେ କିଛି ଦୁର୍ଲଭ ସଂଯୋଗ ହେଉଛି ତେଣୁ ଏହିଦିନର ମହତ୍ତ୍ୱ ଅଧିକ ବଢିଯାଇଛି ।  

source:navbharattimes.indiatimes.com

ଚଳିତବର୍ଷ ମହାଶିବରାତ୍ରି ସୋମବାର ଦିନ ପଡୁଛି ଯାହାକୁ କି ଦୁର୍ଲଭ ବୋଲି କୁହାଯାଏ । ସୋମବାରର ସମ୍ବନ୍ଧ ଭଗବାନ ଶିବ ଓ ତାଙ୍କ ମସ୍ତକରେ ଥିବା ଚନ୍ଦ୍ର ସହିତ ରହିଛି ତେଣୁ ତାଙ୍କୁ ସୋମନାଥ ମଧ୍ଯ କୁହାଯାଏ । ମହାଶିବରାତ୍ରିରେ ସୋମବାରରେ ପଡିବା ଶିବଭକ୍ତଙ୍କ ପାଇଁ ବହୁତ ଶୁଭ । ବିବାହ ଯୋଗ୍ଯ ଯୁବକ-ଯୁବତୀ ଏହି ଅବସରରେ ଭଗବାନ ଭୋଳାନାଥଙ୍କୁ ଅଭିଷେକ କ୍ଷୀର ଓ ଗଙ୍ଗାଜଳ ମାଧ୍ଯମରେ କଲେ ବିବାହର ଯୋଗ ଶୀଘ୍ର ହେବ ।

ଚଳିତବର୍ଷ ମହାଶିବରାତ୍ରିର ଏହି ଅବସରରେ ନକ୍ଷତ୍ରମଧ୍ଯରେ ଶ୍ରେଷ୍ଠ ଶ୍ରବଣ ନକ୍ଷତ୍ରର ସଂଯୋଗ ହେଉଛି । ଏହି ନକ୍ଷତ୍ରର ସ୍ୱାମୀ ଚନ୍ଦ୍ରମା ଅଟନ୍ତି ଏବଂ ଏହାର ପ୍ରତୀକ ଚିହ୍ନ ଭଗବାନ ବିଷ୍ଣୁ । ଏହି ନକ୍ଷତ୍ରରରେ ଭଗବାନ ଶିବଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ ।  ଧନ ଓ ସୁଖ ଚାହୁଁଥିବା ଭକ୍ତ ଏହି ଅବସରରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ । ସମୃଦ୍ଧି ଓ ଧନ ବଢିବ । ଏଥର ମହାଶିବରାତ୍ରିରେ ସର୍ବାର୍ଥ ସିଦ୍ଧି ଯୋଗ ପଡୁଛି ଯାହାକି ସବୁ ପ୍ରକାର ଶୁଭ କାର୍ଯ୍ଯକୁ ସଫଳ କରିବ । ଏହି ଅବସରରେ ଶିବତାଣ୍ଡବ ମନ୍ତ୍ର, ଶିବ ସହସ୍ରନାମ ପାଠ କଲ୍ଯାଣକାରୀ ହୋଇଥାଏ ।