PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଅଯୋଧ୍ୟା ମାମଲାର ଶୁଣାଣି ପୁଣି ଘୁଞ୍ଚିଲା

source:www.indiatoday.in

ନୂଆଦିଲ୍ଲୀ,୨୭ ।୧(ଏଜେନ୍ସି): ଜାନୁଆରୀ ମାସ ୨୯ ତାରିଖରେ ହେବାକୁ ଥିବା ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ମାମଲାର ଶୁଣାଣି ପୁଣି ସ୍ଥଗିତ ରଖାଯାଇଛି । ଏହି ମାମଲାର ଶୁଣାଣି କରିବାକୁ ଥିବା ସାମ୍ବିଧାନିକ ଖଣ୍ଡପୀଠର ସଦସ୍ୟଙ୍କ ମଧ୍ୟରୁ ବିଚାରପତି ଏସ ଏ ବୋବଡେ ସେଦିନ ଅନୁପସ୍ଥିତ ରହିବେ । ଏହି କାରଣରୁ ସେଦିନ ଉକ୍ତ ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ମଙ୍ଗଳବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ଶୁଣାଣି ପାଇଁ ପୂର୍ବରୁ ଗଠିତ ଖଣ୍ଡପୀଠରେ ପରିବର୍ତ୍ତନ କରିଥିଲେ । ଖଣ୍ଡପୀଠରେ ବିଚାରପତି ଏନ ଭି ରମନ୍ନା ଏବଂ ବିଚାରପତି ୟୁ ୟୁ ଲଲିତଙ୍କ ବଦଳରେ ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ ଅବଦୁଲ ନଜିରଙ୍କୁ ସାମିଲ କରାଯାଇଥିଲା । ଏହି ଖଣ୍ଡପୀଠର ଅନ୍ୟ ତିନି ଜଣ ସଦସ୍ୟ ହେଉଛନ୍ତି- ପ୍ରଧାନ ବିଚାରପତି ଗୋଗୋଇ, ବିଚାରପତି ଏସ ଏ ବୋବଡେ ଏବଂ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ଏହି ମାମଲା ଗତ ୮ ବର୍ଷ ଧରି ବିଚାରାଧୀନ ଥିଲେ ମଧ୍ୟ ଏହା ଉପରେ ଶୁଣାଣି ହେଉନାହିଁ । ଏମିତିକି ଗତ କିଛି ମାସ ମଧ୍ୟରେ ଅନେକ ଥର ଏହାର ଶୁଣାଣି ସ୍ଥଗିତ ରଖାଯାଇଛି । ଗତ ବର୍ଷ ଅକ୍ଟୋବର ୨୯ରେ ଅଦାଲତ କହିଥିଲେ କି ୨୦୧୯ ଜାନୁଆରୀ ୪ରେ ଏହାର ଶୁଣାଣି ହେବ । କିନ୍ତୁ ଏପର୍ଯ୍ୟନ୍ତ ବି ଏହାର ଶୁଣାଣି ହୋଇପାରୁନାହିଁ ।

ସମ୍ବନ୍ଧିତ ଖବର