ଭଦ୍ରକ,୧୫/୨ : ଥରେ ଠାକୁରଙ୍କୁ ଅସମ୍ମାନ କରି ଭୁଲ୍ ସ୍ୱୀକାର କରିଥିଲା ପ୍ରଶାସନ। ଏମିତି କି ବ୍ଲାକ ଲିଷ୍ଟ ହୋଇଥିଲା ଇଭେଣ୍ଟ ସଂସ୍ଥା। ଏତେ ପରେ ବି କିଛି ଶିଖିଲେ ନାହିଁ। ପୁଣି ଅବହେଳିତ ହେଲେ ମହାଦେବ । ମହୋତ୍ସବରେ ପୁଣି ଥରେ ମହାଦେବଙ୍କ ମୂର୍ତ୍ତିକୁ ପଡିଆରେ ଛାଡ଼ି ଦେବାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନର ବୋଲି କୁହାଯାଉଛି।
ଧାମନଗର ବ୍ଲକରେ ଶୀତ ମହୋତ୍ସବ ପରେ ଅବହେଳିତ ହୋଇଥିବା ମହାଦେବଙ୍କ ପ୍ରତିମୂର୍ତ୍ତିର ଭିଡ଼ିଓ ଭାଇରାଲ ହେଉଛି । ମହୋତ୍ସବ ପରେ ପଡ଼ିଆରେ ଶୀତ କାକର ଓ ଖରାରେ ପଡ଼ି ରହିଛନ୍ତି ଦେବ ଦେବ ମହାଦେବଙ୍କ ମୂର୍ତ୍ତି l ବାହାଘର ପରେ ବେଦୀ ମୁହଁ ପୋଡ଼ା ପରି ଏପରି ବ୍ୟବହାର କୁ ସବୁଠି ନାପସନ୍ଦ କରାଯାଉଛି । ଘଟଣାକୁ ଜିଲ୍ଲା ପ୍ରଶାସନ କିମ୍ବା ମହୋତ୍ସବ କମିଟି ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଗତବର୍ଷ ଭଦ୍ରକ ଜିଲ୍ଲାରେ ଆୟୋଜିତ ହୋଇଥିବା ଭଦ୍ରାୟଣିରେ ମଧ୍ୟ ମହୋତ୍ସବ ପରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ପଡିଆରେ ଛାଡ଼ି ପଳାଇଥିଲେ ଇଭେଣ୍ଟ ସଂସ୍ଥା । ପରେ ଜିଲ୍ଲା ପ୍ରଶାସନ ତରଫରୁ ଇଭେଣ୍ଟ ସଂସ୍ଥାକୁ ବ୍ଲାକ୍ ଲିଷ୍ଟ କରାଯାଇଥିଲା ।