ନବରଙ୍ଗପୁର,୧୮।୫ : ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ତରଫରୁ ରବିବାର ଉମରକୋଟ ଡି.ଏନ.କେ ସ୍ଥିତ ବଙ୍ଗୀୟ ଭବନରେ ସରକାରୀ ସ୍ୱୀକୃତି ପ୍ରାପ୍ତ ସାର ଓ ବିହନ ବିକ୍ରେତାଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ, କୃଷି ଜିଲ୍ଲା ଅଧିକାରୀ ଉମରକୋଟ ବିଶ୍ୱଜିତ ସାହୁ, ସହକାରୀ କୃଷି ଅଧିକାର, ଓ ୪ ଟି ବ୍ଲକ ର ବ୍ଲକ କୃଷି ଅଧିକାରୀ, ଲ୍ୟାମ୍ପସ ଏମ.ଡି, ଉମରକୋଟ ମାର୍କଫେଡ଼ ଅଧିକାରୀଙ୍କ ଉପସ୍ଥିତରେ ଏକ ବୈଠକ ଆୟୋଜିତ ହେଇଥିଲା। ଉମରକୋଟ, ରାଇଘର,ଝରୀଗାଁ ଏବଂ ଚନ୍ଦାହାଣ୍ଡି, ର ୧୭୦ ଜଣ ସାର ଓ ବିହନ ବିକ୍ରେତା ଯୋଗ ଦେଇଥିଲେ।
ବୈଠକରେ ଆଗାମୀ ଖରିଫ ଚାଷରେ ଚାଷୀଙ୍କ ସହ ସୁ ସମ୍ପର୍କ ରଖି ଚାଷୀଙ୍କୁ ସଠିକ ମାନର ବିହନ ଏବଂ ସାର ଯୋଗାଇଦେବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାର ବ୍ୟବସାୟୀଙ୍କୁ କହିଥିଲେ। ଏଥି ସହ ଯଦି କୌଣସି ବିକ୍ରେତା ସରକାରୀ ନିୟମ ଅବମାନନା କରନ୍ତି ଏବଂ ଏହା ପ୍ରମାଣ ମିଳେ ସଙ୍ଗେ ସଙ୍ଗେ ସେହି ଅଧିକୃତ ବିକ୍ରେତାଙ୍କ ଦୋକାନ ସିଲ କରାଯାଇ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଆଗାମୀ ଖରିଫ ଋତୁରେ ସମ୍ପୂର୍ଣ ଭାବେ ଅଣସୀକୃତିପ୍ରାପ୍ତ କୌଣସି ସାର କିମ୍ବା ବିହନ କିମ୍ବା ଅନୁସାରକୁ ଜିଲ୍ଲାରେ ବିକ୍ରି କରାଯିବ ନାହିଁ। ଯଦି କୌଣସି ବିକ୍ରେତା ବିନା ସ୍ୱୀକୃତି ପ୍ରାପ୍ତ କୌଣସି ସାର, ବିହନ, ଅନୁସାରେ, ବିକ୍ରି କରେ ତାହେଲେ ସେହି ଦୋକାନ କୁ ସିଲ କରାଯାଇ ସମ୍ପୂର୍ଣ ଜିନିଷ କୁ ବ୍ୟାଜାପ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ କହିଛନ୍ତି।
କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜିତ ସାହୁ ଚାଷୀଙ୍କୁ ନାନୋ ୟୁରିଆ, ନାନୋ ଡି.ଏ.ପି ର ଉପକାରିତା ବିଷୟରେ ବୁଝେଇବା ପାଇଁ ଅନୁରୋଧ କରିଥିଲେ। ଏଥି ସହ ଚାଷୀଙ୍କୁ କିଭଳି ଭାବି ଜୈବିକ ସାର ର ଉପକାରିତା ବିଷୟରେ ଅବଗତ କରାଯିବ ସେଥିପାଇଁ ଚେଷ୍ଟା କରିବାକୁ କହିଥିଲେ।
ମା’ ପେଣ୍ଡ୍ରାଣୀ ଏଗ୍ରୋ ଇନପୁଟ ଆସୋସିଏସନ ତରଫରୁ ୟୁରିଆ, ଡି.ଏ.ପି ସାରର ଅଭାବ, ଅତ୍ୟଧିକ ମୂଲ୍ୟ ଏବଂ କିଛି ଅସାଧୁ ବଡ଼ ବ୍ୟବସାୟୀ ଙ୍କ ମନୋମୁଖୀ ସାର ବଣ୍ଟନ ନୀତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଗାମୀ ଏକ ମାସ ମଧ୍ୟ୍ୟରେ ଉମରକୋଟ,ଝରୀଗାଁ, ଚନ୍ଦାହାଣ୍ଡି ଏବଂ ରାଇଘର କୁ ଉପଯୁକ୍ତ ମାତ୍ରା ରେ ଡି.ଏ.ପି ଓ ୟୁରିଆ ମାର୍କଫେଡ଼ ସଂସ୍ଥା ମାଧ୍ୟ୍ୟମରେ ସ୍ୱୀକୃତି ପ୍ରାପ୍ତ ବିକ୍ରେତାଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ବିଭାଗ ତରଫରୁ କୁହାଯାଇଛି।
ସୂଚନା ଯୋଗ୍ୟ ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକ ରେ ସରକାରୀ ନିର୍ଧାରିତ ଚାଷ ଜମି ର ପରିମାଣ ଅପେକ୍ଷା ୩ ଗୁଣ ଅଧିକ ଜମିରେ ଚାଷ ହେଉଛି। ତେଣୁ କରି ପ୍ରତିବର୍ଷ ଖରିଫ ଚାଷ ସମୟରେ ସାରର ଅଭାବ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଚାଷ ଜମି ହିସାବରେ ପ୍ରଶାସନ ସାର ଯୋଗାଇଲେ ଆଉ ସାର ର ଅସୁବିଧା ହେବ ନାହିଁ ବୋଲି ମା’ ପେଣ୍ଡ୍ରାଣୀ ଏଗ୍ରୋ ଇନପୁଟ ଆସୋସିଏସନ ତରଫରୁ ଜିଲ୍ଲା କୃଷି ବିଭାଗକୁ ଜଣାଇ ଥିଲେ।