ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ସବୁ ସହରାଞ୍ଚଳରେ ଆହାର କେନ୍ଦ୍ର,୩୮ କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ ।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସୋମବାର ୩୮ ଆହାର କେନ୍ଦ୍ରର ଲୋକାର୍ପଣ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏ କେନ୍ଦ୍ର ଲୋକାର୍ପଣ ହେବା ପରେ ଏବେ ସମସ୍ତ ୧୧୪ ପୌରାଞ୍ଚଳରେ ଆହାର କେନ୍ଦ୍ର ଉପଲବ୍ଧ ହୋଇଛି ।
ଏହି କେନ୍ଦ୍ରର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ, ଆହାର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ । ଖୁସିର କଥା ଆହାର କେନ୍ଦ୍ର ଆଜି ୧୫୭ରେ ପହଞ୍ଚିଛି । ସମସ୍ତ ସହରାଞ୍ଚଳରେ ଏ କେନ୍ଦ୍ର ଖୋଲିଥିଲା ବେଳେ ୫୬ଟି ହସପିଟାଲ କ୍ୟମ୍ପସରେ ରାତିରେ ଖାଇବା ସୁବିଧା ମିଳୁଛି । ଏବେଠାରୁ ପ୍ରତିଦିନ ୧ ଲକ୍ଷ ଲୋକଙ୍କୁ ‘ଆହାର’ରେ ଖାଦ୍ୟ ମିଳିବ । ପରିଷ୍କାର ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ଏହା ଆହାର କେନ୍ଦ୍ରର ହଲମାର୍କ ହେଉ ବୋଲି ଆହ୍ୱାନ ଦେଇଥିଲେ । ସମସ୍ତଙ୍କ ସହଯୋଗରେ ଲୋକଙ୍କୁ ଆଗକୁ ଆହୁରି ଭଲ ସେବା ଯୋଗାଇଦେବାକୁ ଆମେ ସଂକଳ୍ପବଦ୍ଧ ବୋଲି ନବୀନ କହିଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ ‘ଆହାର ଓଡ଼ିଶା’ର ୱେବ ପୋର୍ଟାଲର ଶୁଭାରମ୍ଭ କରିଥିଲେ ।
ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ପହିଲାରେ ରାଜ୍ୟର ୫ଟି ମହାନଗର ନିଗମରେ ମାତ୍ର ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍‌ ଲୋକଙ୍କୁ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟପଦାର୍ଥ ପରିବହନ ପାଇଁ ୬୫ଟି ଗାଡ଼ି ଓ ୨୦୦ ଲୋକ ନିଯୁକ୍ତି ହୋଇଛନ୍ତି । ଆରମ୍ଭ ହୋଇଥିବା ୱେବସାଇଟ ଜରିଆରେ ଆହାର କାର୍ଯ୍ୟକ୍ରମକୁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିପାରିବେ । ଏହି କାର୍ଯ୍ୟକ୍ରମ ପାଇଁ ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ବା ଅନ୍ୟ କୌଣସି ସ୍ମରଣୀୟ ଦିନରେ ସ୍ୱେଚ୍ଛାକୃତ ଭାବେ ଯେ କୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଖାଦ୍ୟପ୍ରଦାନର ବ୍ୟବସ୍ଥା କରିପାରିବେ ।
ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ ଯୋଗ ଦେଇଥିଲେ । ନଗର ଉନ୍ନୟନ ପ୍ରମୁଖ ସଚିବ ମାଥିଭାଥନନ ସ୍ୱାଗତ ଭାଷଣ ଦେଇଥିଲେ । ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.