ପାକିସ୍ତାନରେ ମୁସଲମାନ ମଧ୍ୟ ହେଉଛନ୍ତି ଉତ୍ପୀଡ଼ନର ଶିକାର, ଅତ୍ୟାଚାର କରୁଛନ୍ତି ସରକାରୀ ଏଜେନ୍ସି ଓ ତାଲିବାନ

ନୂଆଦିଲ୍ଲୀ: ଦେଶରେ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ କାଙ୍ଗାଳ ହୋଇଗଲାନି ପାକିସ୍ତାନ। ହେଲେ ଏବେ ସେଠାରେ ମୁସଲମାନଙ୍କ ଉପରେ ମଧ୍ୟ ଅତ୍ୟାଚାର ହେଉଛି। ଦେଶରେ ଲଘୁସମ୍ପ୍ରଦାୟ ଅହମଦିୟା ମୁସଲମାନମାନେ ସରକାରୀ ଏଜେନ୍ସି ଓ ତାଲିବାନ ଦ୍ୱାରା ଉତ୍ପୀଡ଼ନର ଶିକାର ହେଉଛନ୍ତି। କୁହାଯାଉଛି ଅହମଦିୟା ମୁସଲମାନ ସମ୍ପ୍ରଦାୟ ସେମାନଙ୍କର ଧାର୍ମିକ ଆସ୍ଥାକୁ ନେଇ ଅତ୍ୟାଚାରର ସାମ୍ନା କରୁଛନ୍ତି।
ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ, ପଞ୍ଜାବର ଗୁଜରାନୱାଲାର ତଲୱଣ୍ଡି ଖଜୁରୱାଲି ଜିଲ୍ଲାରେ ଅହମ୍ମଦିଆ ସମ୍ପ୍ରଦାୟର କବର ରହିଛି। ବର୍ତ୍ତମାନ ଏଠାରେ ଥିବା କବରଗୁଡିକୁ ତେହେରିକ୍-ଇ-ଲାବ୍ବୈକ୍ ପାକିସ୍ତାନ ଦ୍ୱାରା ଅପବିତ୍ର କରାଯାଇ ନଷ୍ଟ କରାଯାଉଛି। ତେବେ ଏସବୁ ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନାହିଁ।
ରିପୋର୍ଟ ଅନୁସାରେ, ୭୫ ବର୍ଷୀୟ ଡାକ୍ଟର ରସିଦ ଅହମଦଙ୍କ ଟିଏଲପି ଉଗ୍ରବାଦୀ ପଞ୍ଜାବ ଅଞ୍ଚଳରେ ଅନେକ ଲୋକଙ୍କୁ ହତ୍ୟା କରିଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଅହମଦ ନାର୍ବେର ନାଗରିକତା ହସଲ କରିନେଇଥିଲେ, ହେଲେ ଅନେକ ଦିନ ପୂର୍ବରୁ ପୁଣିଥରେ ପାକିସ୍ତାନ ପଳାଇ ଆସିଛନ୍ତି। ସେଠାରେ ସେ ହାମ୍ୟୋପ୍ୟାଥି କ୍ଲିନିକ ଆରମ୍ଭ କରିଛନ୍ତି ଏବଂ ଲୋକଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି।
କୁହାଯାଉଛି ଯେ ମୁଖ୍ୟ ସ୍ରୋତର ମୁସଲମାନମାନେ ସେମାନଙ୍କୁ ଅଣ ମୁସଲମାନ ବୋଲି ଭାବୁଛନ୍ତି। ନିକଟରେ ହୋଇଥିବା ଅନ୍ୟ ଏକ ଘଟଣାରେ, ଟିଏଲପି ଉଗ୍ରବାଦୀମାନେ ଅହମ୍ମଦିଆ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ପଞ୍ଜାବ ପ୍ରଦେଶର କାସୁର ସହରର ଏକ ମସଜିଦ ଭିତରକୁ ପ୍ରବେଶ କରିବାରେ ବାରଣ କରିଥିଲେ। ଏହି ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ସେମାନେ ଅହମ୍ମଦିଆ ସମ୍ପ୍ରଦାୟର ଲୋକଙ୍କୁ ନିର୍ଯ୍ୟାତନା ଦେଉଥିଲେ।