ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

‘ଶବ୍ଦରେ ବର୍ଣ୍ଣନା କରିହେବନି, ହୃଦୟଥରା ଘଟଣା : ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ପିଏମ୍ ମୋଦି

Published By : Harapriya Biswal | June 12, 2025 4:57 PM

ନୂଆଦିଲ୍ଲୀ,୧୨।୬: ଗୁଜରାଟର ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ ଏହାକୁ ଶବ୍ଦରେ ବର୍ଣ୍ଣନା କରିବା ଭଳି ନୁହେଁ ଓ ହୃଦୟଥରା ଘଟଣା ବୋଲି କହିଛନ୍ତି।  ‘ଏକ୍ସ’  ରେ ପୋଷ୍ଟ କରି ମୋଦି କହିଛନ୍ତି, ମୋର ସମବେଦନା  ପ୍ରଭାବିତ ଲୋକଙ୍କ ସହ ରହିଛି। ମୁଁ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଯୋଗାଯୋଗରେ ଅଛି ଯେଉଁମାନେ ଲୋକଙ୍କୁ ସହାୟତା ପାଇଁ କାମ କରୁଛନ୍ତି। ’

ଦୁର୍ଘଟଣାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ବେସାମରିକ ଉଡାଣ ମନ୍ତ୍ରୀ କେ. ରାମମୋହନ ନାୟଡୁଙ୍କ ସହ କଥା ହୋଇଛନ୍ତି। ଏହା ସହ ଅହମ୍ମଦାବାଦ ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାର ସୂଚନା ନେଇଛନ୍ତି। ଅହମ୍ମଦାବାଦର ଗେଟଓ୍ବିକ୍ (ବ୍ରିଟେନ୍) ଯାଉଥିବା ଏଓ୍ବାନ୍ ୧୭୧ ବିମାନର ବୋଇଂ ୭୮୭ ଉଡାଣ ଆରମ୍ଭ କରିବାର ତୁରନ୍ତ ପରେ ଦୁର୍ଘଟଣାର ଶିକାର ହୋଇଛି। ବିମାନ ବିମାନ ଚାଳକ ଦଳର ୧୨ ସଦସ୍ୟଙ୍କ ସହ ୨୪୨ ଆରୋହୀ ଥିଲେ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ପିଏମ୍ ମୋଦି ବ୍ୟକ୍ତିଗତ ଭାବରେ ନାଇଡୁଙ୍କ ସହ କଥା ହୋଇଛନ୍ତି। ମୋଦିଙ୍କୁ ମନ୍ତ୍ରୀ କହିଛନ୍ତି ସେ ଅହମ୍ମଦାବାଦ ଯାଇ ସେଠାରେ ସ୍ଥିତି ଉପରେ ଧ୍ୟାନ ରଖିବେ। 

ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ସବୁ ପ୍ରକାର ଆବଶ୍ୟକୀୟ ସହାୟତା ଉପଲବ୍ଧ କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ସ୍ଥିତି ସମ୍ପର୍କରେ ନିୟମିତ ଭାବରେ ସୂଚନା ଦେବାକୁ କହିଛନ୍ତି। ସବୁ ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଏହାଛଡା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.