ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଏଣିକି ଏଆଇ ଆଧାରିତ ବିଏମ୍‌ଆଇ ମାପ, ୬ ଜିଲ୍ଲାରେ ଆରମ୍ଭ

Published By : Prameya | April 29, 2025 10:23 AM

ଭୁବନେଶ୍ୱର,୨୯/୦୪: ରାଜ୍ୟରେ ପିଲାଙ୍କୁ ଉପଯୁକ୍ତ ପୋଷଣ ଦିଆଯିବ । ସେଥିପାଇଁ ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ଓଜନ ଓ ଉଚ୍ଚତା ବା ବଡି ମାସ୍‌ ଇନ୍‌ଡେକ୍ସ (ବିଏମ୍‌ଆଇ) ସଠିକ୍‌ ମାପ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ପଦ୍ଧତିରେ ଶିଶୁଙ୍କ ବିଏମ୍‌ଆଇ ମାପ ଆରମ୍ଭ ହୋଇଛି । କେଉଁ ପିଲାଙ୍କୁ କି ପ୍ରକାର ଚିକିତ୍ସା ଓ ପୋଷଣ ଆବଶ୍ୟକ ତାହା ଉପରେ ଯୋଜନା ପ୍ରସ୍ତୁତ କରାଯିବ । ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ବାଲେଶ୍ୱର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଆରମ୍ଭ ହୋଇଛି । 

ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କ ଏଆଇ ଆଧାରିତ ବିଏମ୍‌ଆଇ ମାପ କରାଯାଇଛି । ଶିଶୁଙ୍କ ପୋଷଣ ଅଭାବ ଚିନ୍ତା ବଢ଼ାଉଛି । ଏହା ସେମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶ ଦିଗରେ ବାଧା ସୃଷ୍ଟି କରୁଛି । ସେଥିପାଇଁ ନୂତନ ଜ୍ଞାନ କୌଶଳ ପ୍ରୟୋଗକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ପାରମ୍ପରିକ ପଦ୍ଧତିରେ ଓଜନ ମେସିନ୍‌ ଦ୍ୱାରା ପିଲାଙ୍କ ବିଏମ୍‌ଆଇ ମାପ କରୁଥିଲେ । ସେଥିରେ ତ୍ରୁଟି ପରିଲକ୍ଷିତ ହେଉଥିଲା । ଫଳରେ ପିଲାଙ୍କୁ ଉପଯୁକ୍ତ ପୋଷଣ ଦେବାରେ ସମସ୍ୟା ସୃଷ୍ଟି ହେଉଥିଲା । ଏହି ସମସ୍ୟା ଦୂର କରିବା ଲାଗି ଆର୍‌ଏମ୍‌ଆର୍‌ସି ଓ ୱାଧୱାନୀ ଏଆଇ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛି । ଏନେଇ ଏଆଇ ଆଧାରିତ ଆପ୍ଲିକେସନ୍‌ ପ୍ରସ୍ତୁତ କରାଯାଇଛି । ଏହି ଆପ୍ଲିକେସନ୍‌କୁ ଯେକୌଣସି ମୋବାଇଲ୍‌ରେ ଅପଲୋଡ୍‌ କରିହେବ । ଏହି ଆପ୍ଲିକେସନ୍‌ ଦ୍ୱାରା ପିଲାଙ୍କ ଫଟୋ ଉତ୍ତୋଳନ କଲେ, ଆପେ ଆପେ ଶିଶୁର ବିଏମ୍‌ଆଇ ଜଣାପଡ଼ିଯାଉଛି ।

ଏହି ଖବରଟିକୁ ପଢନ୍ତୁ-OSRTC ବସ୍‌ରେ ଚାଲିଥିଲା ଗଞ୍ଜେଇ ଚାଲାଣ, ରାତି ଅଧିଆ ଚଢାଉ କଲା ପୋଲିସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.