ନୂଆଦିଲ୍ଲୀ,୨୭/୦୨; ଚଳିତବର୍ଷ ତାମିଲନାଡୁରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ରାଜ୍ୟରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ତାମିଲନାଡୁ ଆଞ୍ଚଳିକ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଡିଏମକେରେ ଯୋଗ ଦେଇଛନ୍ତି ଓ.ପନ୍ନିରସିଲଭମ । ଚେନ୍ନାଇରେ ଷ୍ଟାଲିନଙ୍କ ଉପସ୍ଥିତିରେ ଶାସକ DMKରେ ଯୋଗ ଦେଇଛନ୍ତି ୩ ଥରର ମୁଖ୍ୟମନ୍ତ୍ରୀ ପନ୍ନିରସିଲଭମ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ ଆଜି ଡିଏମକେରେ ଯୋଗ ଦେଇଛନ୍ତି । ଏହା ଦକ୍ଷିଣ ତାମିଲନାଡୁରେ ଡିଏମକେର ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିପାରେ । କିଛି ଦିନ ପୂର୍ବରୁ ତାଙ୍କୁ AIADMKରୁ ବହିଷ୍କୃତ ପନ୍ନିରସିଲଭମ ।
ଡିଏମ୍କେ କାର୍ଯ୍ୟକର୍ତ୍ତାଙ୍କ ମହଲରେ ଖୁସି- ଓ.ପନ୍ନିରସିଲଭମ ୩ ଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତାଙ୍କୁ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ସବୁଠାରୁ ବିଶ୍ୱସ୍ତ ଲେପ୍ଟନାଣ୍ଟ ଭାବେ ବିବେଚନା କାରଯାଏ । ଦୀର୍ଘ ଦିନ ଧରି ପନ୍ନିରସିଲଭମ ଏବଂ ଏଆଇଏଡିଏମକେ ମଧ୍ୟରେ ଚାଲିଥିବା ନେତୃତ୍ୱ ବିବାଦ ପାଇଁ ତାଙ୍କୁ ଦଳକୁ ବହିଷ୍କାର କରାଯାଇଥିଲା । ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି କି ପନ୍ନିରସଲଭମଙ୍କ ଡିଏମକେରେ ଯୋଗଦେବା ଦକ୍ଷଣ ତାମିଲନାଡୁ ଭୋଟବ୍ୟାଙ୍କକୁ ପ୍ରଭାବିତ କରିପାରେ । ଯେଉଁଠାରେ ଥେବର ସମ୍ପ୍ରଦାୟ ମଧ୍ୟରେ ତାଙ୍କର ସମର୍ଥନ ଦୃଢ ବୋଲି ବିବେଚନା କରାଯାଏ । ପନ୍ନିରସଲଭମ ଡିଏମକେରେ ଯୋଗ ଦେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଡିଏମକେ କର୍ମୀ ଅଭିଷେକ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ଏହା ଏକ ସୁନ୍ଦର ଦିନ । ଲୋକମାନେ ପ୍ରମାଣ କରୁଛନ୍ତି ଆମେ ପୁଣି ଏକ ଶକ୍ତିଶାଳୀ ସରକାର ଗଠନ କରିବାକୁ ଯାଉଛି । ଆମେ ଏବେ ଆହୁରି ଶକ୍ତିଶାଳୀ ହେବୁ । ଡିଏମକେରେ ଓପିଏସ ଯୋଗଦେବା ଏହା ଦର୍ଶାଉଛି ଯେ ଏହା ଆମ ନେତୃତ୍ୱ କ୍ଷମତାକୁ ଦର୍ଶାଏ ଯେ ଜଣେ ପୂର୍ବ ମୁଖ୍ୟମନ୍ତ୍ରୀ ଆମ ସହିତ ଯୋଗ ଦେଇଛନ୍ତି । ଆମକୁ ପରାସ୍ତ କରିବାକୁ କେହି ନାହାନ୍ତି । ''
ତିକ୍ତ ଅଭିଜ୍ଞତାର ଅନ୍ତ...ଡିଏମକେରେ ଯୋଗ ଦେବା ପରେ ପନ୍ନିରସିଲଭମ କହିଛନ୍ତି, ମୁଁ ଯେଉଁ ନିଷ୍ପତ୍ତି ନେଇଛି ତାହା ମୋର ନିଜସ୍ୱ, ମୋ ପାଇଁ ତିକ୍ତ ଅଭିଜ୍ଞତାର ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ନିଷ୍ପତ୍ତି ନେଇଥିଲି । ଷ୍ଟାଲିନ୍ ଲୋକଙ୍କୁ ସୁଶାସନ ଦେଉଛନ୍ତି, ଏବଂ ଲୋକମାନେ ଏହା ଦେଖୁଛନ୍ତି । EPS ନିଶ୍ଚିତ କରିବାକୁ ଆଗ୍ରହୀ ଯେ ଦକ୍ଷିଣର କୌଣସି ନେତା ଶକ୍ତିଶାଳୀ ନ ହୁଅନ୍ତି। ଦ୍ରାବିଡ଼ ଆନ୍ଦୋଳନକୁ ରକ୍ଷା କରିବା ପାଇଁ, ଦ୍ରାବିଡ଼ଙ୍କ ନୀତି, ଏହା ହେଉଛି DMK ଯାହା କାମ କରୁଛି । ମୁଁ ଏବେ ଏକ କର୍ମୀ ଭାବରେ ଯୋଗ ଦେଇଛି । ମୁଁ ଦଳର କର୍ମୀମାନଙ୍କ ମଧ୍ୟରେ ଜଣେ ହେବି ଏବଂ ଦଳର ବିକାଶ ପାଇଁ କାମ କରିବି ।"
#WATCH | Tamil Nadu CM MK Stalin leaves from DMK Headquarters in Chennai. Former Chief Minister and expelled AIADMK leader O. Panneerselvam joined DMK in his presence, this morning. pic.twitter.com/jYK5GMOXKY
— ANI (@ANI) February 27, 2026
ଏହା ବି ପଢନ୍ତୁ...ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼ ‘ହୋରାସିଓ’; ସବୁଠି ହାଇ-ଆଲର୍ଟ, ବଦଳିବ ଦେଶର ପାଗ
Chennai, Tamil Nadu: After joining DMK, O. Panneerselvam says, "Stalin is giving good governance to people, and people are watching it...EPS is keen on making sure no leaders from the South become strong. To save Dravidian Movement, policy of the Dravidian, it's the DMK which is… pic.twitter.com/IofkwL39Pw
— ANI (@ANI) February 27, 2026
୩ ଥରର ମୁଖ୍ୟମନ୍ତ୍ରୀ ଓ.ପନ୍ନିରସିଲଭମ- କହି ରଖୁଛୁ କି, ଓ.ପନ୍ନିରସିଲଭମ ପ୍ରଥମେ ୨୦୦୧ ମସିହାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର ୬ ମାସ ପରେ ଇସ୍ତଫା ଦେଇଥିଲେ । ଏହା ପରେ ୨୦୧୪ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହା ମାତ୍ର ଗୋଟିଏ ମାସରେ ସରିଥିଲା । ପନ୍ନିରସିଲଭମ ଏହାପରେ ୨୦୧୬ରେ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ଷକ ମଧ୍ୟରେ ଅର୍ଥାତ ୨୦୧୭ରେ ଇସ୍ତଫା ଦେଇଥିଲେ ।