ନୂଆଦିଲ୍ଲୀ,୨୫।୧୨: ତାହିର ହୁସୈନ ପରେ ଦିଲ୍ଲୀ ଦଙ୍ଗାର ଆଉ ଏକ ଅଭିଯୁକ୍ତ ଶାହାରୁଖ ପଠାନକୁ ମଧ୍ୟ ନିର୍ବାଚନରେ ଓହ୍ଲାଇବାକୁ ଯାଉଛି। ଅସଦୁଦ୍ଧିନ୍ ଓଓ୍ବେସୀଙ୍କ ପାର୍ଟି ଅଲ୍ ଇଣ୍ଡିଆ ମଜଲିମ୍-ଇ-ଇତେହାଦୁଲ ମୁସଲିମ୍ (AIMIM) ଯଦିଓ ସ୍ପଷ୍ଟ କରିନି, କିନ୍ତୁ ସଙ୍କେତ ଦେଇଛି। ଚର୍ଚ୍ଚା ରହିଛି ଯେ, ଶାହାରୁଖ ପଠାନଙ୍କୁ ସଲିମପୁର ଆସନରୁ ଓହ୍ଲାଇପାରେ। ଦିଲ୍ଲୀରେ ଫେବୃଆରୀରେ ନିର୍ବାଚନ ହୋଇପାରେ ଓ ଓଓ୍ବେସୀଙ୍କ ଦଳ ପ୍ରାୟ ୧୦ଟି ଆସନରେ ନିର୍ବାଚନରେ ଲଢିପାରେ।
ଏହି ଚର୍ଚ୍ଚାର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ର ପ୍ରଦେଶ ଅଧ୍ୟକ୍ଷ ଶୋଏବ୍ ଜମଇ ଦିଲ୍ଲୀ ଦଙ୍ଗାର ପୋଷ୍ଟର ଥିବା ଶାହାରୁଖ ପଠାନଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲା। ଦିଲ୍ଲୀ ଦଙ୍ଗା ସମୟରେ ସେ ହତିଆର ଦେଖାଉ ଥିବାର ମିଳିଥିଲେ। ଏପରିକି ସେ ଜଣେ ପୋଲିସକର୍ମୀଙ୍କ ଉପରକୁ ମଧ୍ୟ ପିସ୍ତଲ ଦେଖାଇଥିଲେ। ଶାହାରୁଖ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ଶାହାରୁଖଙ୍କ ପୂର୍ବରୁ ଓଓ୍ବେସୀଙ୍କ ପାର୍ଟି ଦଙ୍ଗାର ଏକ ବଡ଼ ଅଭିଯୁକ୍ତ ତାହିର ହୁସେନ୍ଙ୍କୁ ଟିକେଟ ଦେଇସାରିଛି।
ଦୁଇ ଦିନ ପୂର୍ବରୁ ଜମଇ ଏକ୍ସରେ ପଠାନଙ୍କ ମା’କୁ ସାକ୍ଷାତର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଗତ କିଛି ଦିନ ଜେଲରେ ଥିବା ଶାହାରୁଖ ପଠାନଙ୍କ ଘରେ ତାଙ୍କ ମା’ଙ୍କୁ ସାକ୍ଷାତ କରିଥିଲେ। ଦିଲ୍ଲୀ ମଜଲିସ୍ (AIMIM) ର ଜଣେ ଡେଲିଗେସନ୍ ତାଙ୍କ ପରିବାରକୁ ସାକ୍ଷାତ କରି ତାଙ୍କର ସ୍ଥିତି ଓ ଆଇନଗତ ସହାୟତା ସମ୍ପର୍କରେ ଆଲୋଚନା କରିଛି। ଦିଲ୍ଲୀ ନ୍ୟାୟ ଅଭିଯାନରେ ଆମର ଏହା ହେଉଛି ଏକ ଛୋଟିଆ ପଦକ୍ଷେପ ।