PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

‘ହାଲ୍’କୁ ବାୟୁସେନା ମୁଖ୍ୟଙ୍କ ସମାଲୋଚନା

ନୂଆଦିଲ୍ଲୀ: ଯୁଦ୍ଧବିମାନ ନିର୍ମାଣରେ ବିଳମ୍ବ କରୁଥିବାରୁ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ)କୁ କଡ଼ା ସମାଲୋଚନା କରିଛନ୍ତି । ବାୟୁସେନା ମୁଖ୍ୟ ଏୟାର ଚିଫ ମର୍ଶାଲ ବି.ଏସ୍ ଧନୋଆ କହିଛନ୍ତି, ହାଲ୍କୁ ସମର୍ଥନ କଲେ ଆମର ଲଢ଼ିବା ଶକ୍ତି ପ୍ରଭାବିତ ହେବ । କମ୍ପାନିକୁ ଆମେ ରିହାତି ଦେବ ନାହିଁ ।
ଏଠାରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏୟାର ଚିଫ୍ ମର୍ଶାଲ ଧନୋଆ କହିଛନ୍ତି ସ୍ୱଦେଶୀ ଜ୍ଞାନ କୋ÷ଶଳରେ ଯୁଦ୍ଧ ବିମାନ ନିର୍ମାଣକୁ ବାୟୁସେନା ନିର୍ମାଣ କରିଛନ୍ତି । କିନ୍ତୁ ସେଥିରେ ବହୁ ବିଳମ୍ବ ହେଉଛି । ହାଲ୍କୁ ୧୯୮୫ରେ ୨୦ଟି ହାଲୁକା ଯୁଦ୍ଧବିମାନ (ଏଲ୍ସିଏ) ‘ତେଜସ’ ନିର୍ମାଣ ପାଇଁ ଅର୍ଡ଼ର ଦିଆଯାଇଥିଲା । କିନ୍ତୁ ୩୪ ବର୍ଷ ପରେ କମ୍ପାନି ମାତ୍ର ୧୦ଟି ବିମାନ ନିର୍ମାଣ କରି ଯୋଗାଇବାରେ ସକ୍ଷମ ହେଇଛି । ତେବେ ଏହି ବିଳମ୍ବ ପାଇଁ ବାୟୁସେନା ନିଜେ ଦାୟୀ ବୋଲି ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି । ବାୟୁସେନାର ମୁଖ୍ୟ ଭାବେ ହାଲ୍କୁ ଆମେ ଏହି ବିଳମ୍ବ ପାଇଁ ରିହାତି ଦେଇପାରିବୁ । କିନ୍ତ ସୀମାରେ ଲଢ଼ିବାବେଳେ ଶତ୍ରୃ କଣ ଆମକୁ ରିହାତି ହେବ କି ବୋଲି ସେ ପଚାରିଛନ୍ତି । ବାୟୁସେନା ଲଗାତାର ମାନଦଣ୍ଡ ପରିବର୍ତନ କରୁଥିବାର ହାଲ୍ ରେ ତେଜସ ନିର୍ମାଣ ବିଳମ୍ବ ହେଉଛି ବୋଲି ଖବର ପ୍ରକାଶ ପାଇବା ପରେ ଏୟାରଚିଫ୍ ମର୍ଶାଲ ଧନୋଆ ଏହା କହିଛନ୍ତି ।
କେନ୍ଦ୍ର ସରକାର ଫ୍ରାନ୍ସର ଦାସଲ୍ଫ ଆଭିଏସନ କମ୍ପାନିଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଚୁକ୍ତି କରିଥିଲା ବେଳେ ସେଥିରେ ହାଲ୍କୁ ବାଦ୍ ଦେଇ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଠିଫେନ୍ସକୁ ଅଫସେଟ୍ ପାର୍ଟନର କରାଯିବାକୁ ନେଇ ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲା ବେଳେ ବାୟୁସେନା ମୁଖ୍ୟଙ୍କ ଏଭଳି ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବାୟୁସେନା ବର୍ତମାନ ହାଲ୍ ନିକଟକୁ ୪୦ଟି ଏଲ୍ସିଏଏମ୍ କେଆଇ-୧ ପାଇବାକୁ ଥିବାବେଳେ ୮୩ଟି ଏଲ୍ସିଏଏମ୍ କେଆଇ-୧ଏ ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛି । ସ୍ୱଦେଶୀ ଜ୍ଞାନକୋ÷ଶଳରେ ନିର୍ମିତ ଯୁଦ୍ଧବିମାନ ପରୀକ୍ଷା କିମ୍ବା ଉଡ଼ାଣ ବେଳେ ଘଟୁଥିବା ଅଘଟଣ ବିଷୟରେ ଏୟ।।ରଚିଫ୍ ମାର୍ଶଲ ଧନୋଆ ଉଲ୍ଲେଖ କରିଥିଲେ । କହିଥିଲେ ସ୍ୱଦେଶୀ ଯୁଦ୍ଧବିମାନ ଦୁର୍ଘଟଣା ଯୋଗୁଁ ଏପର୍ଯ୍ୟନ୍ତ ୧୭ଜଣ ପାଇଲଟ ଓ ଇଞ୍ଜିନିୟରଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର