PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ହାତରେ ଗୁଡାଇ ନେଉଥିଲେ ୧.୫ କିଲୋ ସୁନା, କ୍ୟାବିନ୍ କର୍ମଚାରୀଙ୍କୁ ଗିରଫ କଲା ଏୟାର ଇଣ୍ଡିଆ

ndtv

କୋଚି ୦୯/୦୩ : ଏୟାର ଇଣ୍ଡିଆର ଜଣେ କ୍ୟାବିନ କର୍ମଚାରୀଙ୍କ ଦ୍ୱାରା ଚୋରା ଚାଲାଣ ମାମଲା ସାମ୍ନାକୁ ଆସିଛି। ସୁନା ଚୋରା ଚାଲାଣ ଅଭିଯୋଗରେ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କର୍ମଚାରୀଙ୍କୁ ଗିରଫ କରାଯାଇଛି। ୱାୟାନାଡର ମୂଳ ବାସିନ୍ଦା ଶାଫିଙ୍କୁ କଷ୍ଟମ୍ସ ଅଧିକାରୀମାନେ କୋଚିରେ ୧ କିଲୋ ୪୮୭ ଗ୍ରାମ ସୁନା ସହିତ ଗିରଫ କରିଛନ୍ତି।

ସୂଚନା ଅନୁଯାୟୀ, କଷ୍ଟମ୍ସ ଅଧିକାରୀଙ୍କୁ ପୂର୍ବରୁ ସୂଚନା ମିଳିଥିଲା ଯେ କ୍ୟାବିନ କ୍ରୁ ସଦସ୍ୟ ଶାଫି ସୁନା ଚୋରା ଚାଲାଣ କରିବାକୁ ଯାଉଛନ୍ତି। ସୁନା ଚୋରା ଚାଲାଣ ପାଇଁ ଶାଫି ଏକ ଭିନ୍ନ ଉପାୟ କରିଥିଲେ, କିନ୍ତୁ ସେ ସେଥିରେ ସଫଳ ହେବା ପୂର୍ବରୁ ଧରାପଡିଗଲେ। ସେ ହାତରେ ସୁନା ଗୁଡ଼ାଇ ସାର୍ଟର ହାତକୁ ଘୋଡାଇ ଗ୍ରୀନ୍ ଚ୍ୟାନେଲ ଦେଇ ଯିବାକୁ ଯୋଜନା କରିଥିଲେ। ତେବେ ଏ ବିଷୟରେ ଶାଫିଙ୍କୁ ଅଧିକ ପଚରାଉଚୁରା କରାଯାଉଛି।

ଏହା ପୂର୍ବରୁ ସିଙ୍ଗାପୁରର ଦୁଇଜଣ ଯାତ୍ରୀଙ୍କୁ ୩.୩୨ କୋଟି ଟଙ୍କା ମୂଲ୍ୟର ୬.୮ କିଲୋଗ୍ରାମ ସୁନା ନେଉଥିବା ଅଭିଯୋଗରେ ଚେନ୍ନାଇ ବିମାନବନ୍ଦରରେ ଗିରଫ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ଯାତ୍ରୀ -୩୪୭ ଏବଂ ୬E-୫୨ ସିଙ୍ଗାପୁରରୁ ଚେନ୍ନାଇରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର