ନୂଆଦିଲ୍ଲୀ : ମୁମ୍ୱାଇରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆ ବିମାନର ଗୁରୁବାର ହଠାତ୍ ଇଞ୍ଜିନ ବନ୍ଦ ହୋଇଗଲା। ଏଥିରେ ମଝି ଆକାଶରେ ବିମାନ ଭିତରେ ଭୟର ବାତାବରଣ ଖେଳିଗଲା। ପାଇଲଟ ତୁରନ୍ତ ରେଡିଓରେ ପାନ୍ ପାନ୍ ର ଏମର୍ଜେନ୍ସି ଆଲର୍ଟ ଜାରି କରିଥିଲେ। ହେଲେ ଆଶ୍ୱସ୍ତିକର କଥା ଏହା ଯେ, ବିମାନକୁ ସୁରକ୍ଷିତ ଅବତରଣ କରାଯାଇ ଥିଲା ଏବଂ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।

ଉକ୍ତ ଘଟଣା ଗୁରୁବାର ବିମାନ ଏଆଇ ୨୮୧୨ (ଗୋଟିଏ A320 Neo ବିମାନ)ରେ ହୋଇଥିଲା। ଏହି ବିମାନକୁ ବାସ୍ତବରେ ସକାଳ ୨ଟା ୫ ସମୟରେ ଉଡ଼ାଣ ଭରିଥିଲା, କିନ୍ତୁ ଏହା ପାଖାପାଖି ସକାଳ ୨ଟା ୧୫ରେ ଉଡ଼ାଣ ଭରିଥିଲା। ବିମାନଟି ପାଖାପାଖି ସକାଳ ସମୟ ୨ଟା ୩୫ରେ ମୁମ୍ୱାଇ ଏୟାରପୋର୍ଟକୁ ଫେରି ଆସିଥିଲା। ଘଟଣାର ସୂଚନା ରଖିଥିଲା ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ – ଉପଲବ୍ଧ ଅଫିସିଆଲି ସୂଚନା ଅନୁସାରେ , ଟେକ୍-ଅଫ୍ ସମୟରେ ଏକ ଶବ୍ଦ ଶୁଣାଯାଇ ଥିଲା ଏବ ନିଆଁ ଝୁଲ ଦେଖିବାକୁ ମିଳି ଥିଲା। ପାଇଲଟ ପାନ୍ ପାନ୍ (ଏମର୍ଜେନ୍ସି ଆଲର୍ଟ) ଘୋଷଣା କରିଥିଲେ ଏବଂ ଟେକ୍-ଅଫ୍‌ର କିଛି ହିଁ ମିନିଟ୍ ପରେ ବିମାନ ବନ୍ଦରକୁ ଫେରି ଆସିଥିଲା। ଅଧିକାରୀ ଆହୁରି କହିଥିଲେ – ପରେ ଜଣାପଡ଼ିଲା ଯେ, ଏହାର ଇଞ୍ଜିନ-୨ ବନ୍ଦ ହୋଇ ଯାଇ ଥିଲ।