ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେଡି ଛାଡ଼ିଲେ ଦେବାଶିଷ ନାୟକ । ପୂର୍ବତନ ବରୀ-ଡେରାବିସ୍ ବିଧାୟକ
  • ||
  • ୩୪ ନୂଆ ଏନ୍‌ଏସି ଘୋଷଣାରେ ଲୋଇସିଂହା ବାଦ୍, ୧୨ ଘଣ୍ଟିଆ ବନ୍ଦ ଡାକରା
  • ||
  • ମାଲକାନଗିିରି: ଛତିଶଗଡ଼ କାଙ୍କେରରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ
  • ||
  • ବାଲିପାଟଣା ଥାନା ଭିତରେ ଯୁବକଙ୍କୁ ଛେଚିଲେ, ୨ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ୧୦ ବାଇକ ସହ ୩୦ ଯାତ୍ରୀ ଫସିଲେ
  • ||
  • ଯୁକ୍ତ ୨ ପରୀକ୍ଷା ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ୭୦ ମାର୍କର ପରୀକ୍ଷାରେ ୨୭ ମାର୍କର ସିଲାବସ୍‌ ବାହାର ପ୍ରଶ୍ନ
  • ||
  • ଡବ୍ଲ୍ୟୁପିଏଲ୍‌- ୨୦୨୪: ରୋମାଞ୍ଚକ ମୁକାବିଲା, ୟୁପି ୱାରିୟର୍ସଠୁ ୨ରନ୍‌ରେ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ
  • ||
  • ‘ଦିଲ୍ଲୀ ଚଲୋ’ ସ୍ଥଗିତ ରହିବା ପରେ ଖୋଲିଲା ଦିଲ୍ଲୀ-ହରିଆଣା ସୀମା, ଶମ୍ଭୁ ସୀମାରେ ଚାଷୀଙ୍କ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା
  • ||
  • ବାଙ୍ଖିଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଗଛରେ ପିଟି ହୋଇ ବାଇକ୍ ଚାଳକ ମୃତ
  • ||
  • ବର୍ଷିଲା ପରେ ଖସିଲା ତାତି: ୨୭ ଯାଏ ବର୍ଷା ସମ୍ଭାବନା, ୧୦ରୁ ଅଧିକ ଜିଲ୍ଲାରେ ପାଗ କୋହଲା
  • ||
  • ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଆଜି ‘ସୁଦର୍ଶନ ସେତୁ’ ଲୋକାର୍ପଣ, ସୌରାଷ୍ଟ୍ରକୁ ଦେବେ ୫୨,୨୫୦ କୋଟିର ପ୍ରକଳ୍ପ ଭେଟି
  • ||

ଏହି ଏୟାରଟେଲ୍ ୟୁଜର୍ସଙ୍କ ପାଇଁ ସିମ୍ ଚାଲୁ ରଖିବା ହେଲା ମହଙ୍ଗା, ଖର୍ଚ୍ଚ କରିବାକୁ ହେବ ଏତେ ଟଙ୍କା...

ନୂଆଦିଲ୍ଲୀ ୨୭/୧୧: ଏୟାରଟେଲ୍ ଗତ ସପ୍ତାହରେ ନିଜ ମିନିମମ୍ ପ୍ଲାନକୁ ମହଙ୍ଗା କରିଦେଇଥିଲା । ଏଥିରେ ଏୟାରଟେଲର ପ୍ରିପେଡ୍ ୟୁଜର୍ସଙ୍କୁ ସିମ୍ ଆକ୍ଟିଭ୍ ରଖିବା ପାଇଁ ଅଧିକ ମହଙ୍ଗା ରିଚାର୍ଜ ପ୍ଲାନ୍ ନେବାକୁ ପଡିବ । ଗତ ବର୍ଷ କମ୍ପାନୀମାନେ ନିଜ ପ୍ରିପେଡ୍ ପ୍ଲାନ୍ସକୁ ମହଙ୍ଗା କରିଦେଇଥିଲେ । ଏବେ ଲାଗୁଛି କି କମ୍ପାନୀମାନେ ପୁଣି ରିଚାର୍ଜ ପ୍ଲାନ୍ସକୁ ମହଙ୍ଗା କରୁଛନ୍ତି ।

ପୂର୍ବରୁ ଏୟାରଟେଲ୍ ୟୁଜର୍ସଙ୍କୁ ସିମ୍ ଆକ୍ଟିଭ୍ ରଖିବା ପାଇଁ ୯୯ ଟଙ୍କିଆ ପ୍ଲାନ୍ ନେବାକୁ ପଡୁଥିଲା । ଏହି ପ୍ରିପେଡ୍ ପ୍ଲାନ ସହିତ ୟୁଜର୍ସଙ୍କୁ ୯୯ ଟଙ୍କାର ଟକଟାଇମ୍, ୨.୫ ପଇସା ପ୍ରତି ସେକେଣ୍ଡ ଭଏସ୍ କଲ ଏବଂ ୨୦୦ ଏମବି ଡାଟା ଦିଆଯାଉଥିଲା । ଗତ ସପ୍ତାହରେ ଏହାର ଦାମକୁ କମ୍ପାନୀ ୨ ଟେଲିକମ୍ ସର୍କଲ ହରିୟାଣା ଏବଂ ଓଡିଶାରେ ବଢାଇଥିଲା । ରିପୋର୍ଟ ଅନୁସାରେ ଏହି ୨ ସର୍କଲରେ ମିନିମମ୍ ରିଚାର୍ଜ ପ୍ଲାନ୍ ବଢାଇବା ପରେ କମ୍ପାନୀ ଦ୍ୱିତୀୟ ସର୍କଲରେ ମଧ୍ୟ ରିଚାର୍ଜ ପ୍ଲାନ୍ସକୁ ମହଙ୍ଗା କରିପାରେ । ଏହି ୨ ସର୍କଲରେ ମିନିମମ୍ ରିଚାର୍ଜ ପ୍ଲାନକୁ କମ୍ପାନୀ ୧୫୫ ଟଙ୍କା କରିଦେଇଛି ।

କମ୍ପାନୀର ୧୫୫ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ଅନଲିମିଟେଡ୍ କଲ୍, ୧ ଜିବି ଡାଟା ଏବଂ ୩୦୦ ଏମଏମଏସ୍ ସହିତ ଆସିଥାଏ । ଏହି ପ୍ରିପେଡ୍ ପ୍ଲାନର ବୈଧତା ୨୪ ଦିନ । ଅର୍ଥାତ୍ ଏୟାରଟେଲ୍ ୟୁଜର୍ସଙ୍କ ପାଇଁ ଏବେ ସିମ୍ ଚାଲୁ ରଖିବା ମହଙ୍ଗା ହୋଇଯିବ । ଏଥିପାଇଁ ହରିୟାଣା ଏବଂ ଓଡିଶାରେ ଅତି କମରେ ୧୫୫ ଟଙ୍କିଆ ପ୍ଲାନ୍ ନେବାକୁ ହେବ । ଯଦି କମ୍ପାନୀ ଅନ୍ୟ ସର୍କଲରେ ମଧ୍ୟ ଏମିତି କରେ ତେବେ ୟୁଜର୍ସଙ୍କ ପାଇଁ ବଡ ଝଟକା ହେବ । ଅନେକ ୟୁଜର୍ସ ଏୟାରଟେଲ୍ ସିମକୁ ସେକେଣ୍ଡାରୀ ସିମ୍ ରୂପେ ବ୍ୟବହାର କରନ୍ତି । ଏଭଳି କ୍ଷେତ୍ରରେ କେବଳ ସିମ୍ ଚାଲୁ ରଖିବା ପାଇଁ ଯଦି କିଏ ପ୍ଲାନ୍ ନେବାକୁ ଚାହିଁବ ତେବେ ତାଙ୍କୁ ୧୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.