PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

IMAX ରେ ରିଲିଜ୍ ହେବ ପ୍ରଥମ ତାମିଲ ଫିଲ୍ମ, ନୂଆ ରେକର୍ଡ ସୃଷ୍ଟି କରିବ ମଣି ରତ୍ନମଙ୍କ ପିଏସ୍-୧

ନୂଆଦିଲ୍ଲୀ ୧୭/୦୮:  ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍ ଶୀଘ୍ର ମଣି ରତ୍ନମଙ୍କ ଫିଲ୍ମ ‘ପିଏସ୍-୧’ ସହିତ କମବ୍ୟାକ୍ କରୁଛନ୍ତି। ଫ୍ୟାନ୍ସ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ବିଶେଷ କଥା ହେଉଛି ଦର୍ଶକମାନେ ଏହି ଫିଲ୍ମକୁ IMAX ରେ ଅନୁଭବ କରିପାରିବେ। ‘ପିଏସ୍-୧’ IMAX ରେ ମୁକ୍ତିଲାଭ କରିଥିବା ପ୍ରଥମ ତାମିଲ ଫିଲ୍ମ ହେବ। ଏହା ଏକ ଔପନ୍ୟାସିକ ଡ୍ରାମା ଫିଲ୍ମ ଯାହା କଲ୍କି କୃଷ୍ଣମୂର୍ତ୍ତିଙ୍କ ୧୯୫୫ ରେ ଆସିଥିବା ନୋଭେଲ୍ ପୋନିୟିନ୍ ସେଲଭାନ୍ ଉପରେ ଆଧାରିତ।

IMAX ଏପରି ଏକ ସିଷ୍ଟମ୍, ଯେଉଁଠାରେ ହାଇ ରିଜୋଲ୍ୟୁସନ୍ କ୍ୟାମେରା, ପ୍ରୋଜେକ୍ଟର୍ ରହିଥାଏ। ଏହାର ସ୍କ୍ରିନ୍ ବହୁତ ସୁନ୍ଦର ଦେଖାଯାଏ। ‘ପିଏସ୍-୧’ ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ସେପ୍ଟେମ୍ବର ୩୦ ରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମଣି ରତ୍ନମ। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବ୍ୟତୀତ ବିକ୍ରମ, ଜୟମ ରବି, କାର୍ତ୍ତି ଏବଂ ତ୍ରିଶାଙ୍କ ପରି କଳାକାର ଏହି ଷପିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ।

‘ପିଏସ୍-୧’ ଏକ ମେଗା ବଜେଟ୍ ଫିଲ୍ମ ଯାହା ଦୁଇଟି ଭାଗରେ ନିର୍ମିତ ହେବ। ଏହାର ପ୍ରଥମ ଭାଗ ସେପ୍ଟେମ୍ବରରେ ସିନେମାରେ ମୁକ୍ତିଲାଭ କରିବ। ନିର୍ମାତାମାନେ ମାର୍ଚ୍ଚରେ ଏହାର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ, ଯେଉଁଥିରେ ଐଶ୍ୱର୍ଯ୍ୟା ରାୟଙ୍କୁ ରାଜକୁମାରୀଙ୍କ ରୂପରେ ଦେଖିବାକୁ ମିଳିଥିଲା ​। ଫିଲ୍ମର ଟିଜର ମଧ୍ୟ ସାମ୍ନାକୁ ଆସିଛି।  ଫିଲ୍ମର ବଜେଟ୍ ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୫୦୦ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର