କାହିଁକି ୪ବର୍ଷ ହେଲା ଫିଲ୍ମ ଠାରୁ ଦୂରରେ , ଖୁଲାସା କଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ୱାଇ : ୨୦୨୨ ମସିହାର କାନ୍ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ଲୁକ୍ସ ସମସ୍ତଙ୍କୁ ଦିୱାନା କରି ଦେଇଛି । ଐଶ୍ୱର୍ଯ୍ୟାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ସାଜିଛି। ବହୁ ଦିନ ପରେ ଐଶ୍ୱର୍ଯ୍ୟା କୌଣସି ଏକ ବଡ଼ ଇଭେଣ୍ଟରେ ନଜର ଆସିଛନ୍ତି। ଫିଲ୍ମ ଠାରୁ ମଧ୍ୟ ସେ ବହୁ ଦିନରୁ ଦୂରରେ ଅଛନ୍ତି। ଶେଷ ଥର ପାଇଁ ଐଶ୍ୱର୍ଯ୍ୟା ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ଫନ୍ନେ ଖାଁରେ ନଜର ଆସିଥିଲେ , ଯେଉଁଥିରେ ତାଙ୍କ ସହ ଅନିଲ କପୁର ଓ ରାଜକୁମାର ରାଓ ଲିଡ୍ ରୋଲ୍ରେ ଥିଲେ । ଫିଲ୍ମକୁ ମିକ୍ସ ରେସ୍ପନ୍ସ ମିଳିଥିଲା । ହେଲେ ଏହାପରେ ସେ ଫିଲ୍ମ ଠାରୁ ଦୂରେଇ ଯାଇଥିଲେ । ଏବେ ଐଶ୍ୱର୍ଯ୍ୟା ଏହି ବିଷୟରେ କାନ୍ ୨୦୨୨ରେ କହିଛନ୍ତି । ସେ କହିଛନ୍ତି କି, କାହିଁକି ସେ ଏତେ ଦିନ ହେଲା ଫିଲ୍ମ ଠାରୁ ଦୂରେଇ ରହିଛନ୍ତି ।
ଉଲ୍ଲେଖନୀୟ ଯେ, ଅନୁପମା ଚୋପ୍ରାଙ୍କୁ ଦେଇଥିବା ସାକ୍ଷାତକାରରେ ଐଶ୍ୱର୍ଯ୍ୟା ନିଜକୁ ଏକ କଇଁଛ ସହ କରିଥିଲେ । ସେ କହିଥିଲେ , ଯାହା ବି ଗତ ୨ବର୍ଷରେ ହୋଇଛି ତାହା ଏକ ନାଚୁରାଲ ବ୍ରେକ୍ ଥିଲା। ମୁଁ ସେମାନଙ୍କ ମଧ୍ୟରୁ ଜଣେ ଯିଏ ସବୁ ରିୟଲ ରଖିଥାନ୍ତି , ଏଥିରେ ସବୁ ପ୍ରାୟୋରିଟି ହିସାବରେ କରିଥାଏ । ଏହି ୨ବର୍ଷ ବହୁତ ଚ୍ୟାଲେଞ୍ଜିଂ ଥିଲା ଏବଂ ମୋର ପୂରା ଫୋକସ ରିୟଲିଟି ଉପରେ ଅଛି । ମୁଁ ସେହି ମାନଙ୍କ ମଧ୍ୟରେ ନୁହେଁ , ଯିଏ ଭାବନ୍ତି କି ଓ ମାଇଁ ଗଡ୍ ବର୍ଷରେ ମୋର ଗୋଟିଏ ବି ଫିଲ୍ମ ରିଲିଜ ହେଉ ନାହିଁ ।
ସୂଚନା ଯେ , ଐଶ୍ୱର୍ଯ୍ୟା ଯେମିତି ଜଣ ଭଲ ଅଭିନେତ୍ରୀ ସେମିତି ସେ ଜଣେ ଭଲ ମା। ଝିଅ ଆରାଧ୍ୟାର ଜନ୍ମ ପରେ ସେ ଫିଲ୍ମ ସହ ତାଙ୍କର ବି ପୂରା ଧ୍ୟାନ ରଖିଥାନ୍ତି । ଖାଲି ଏତିକି ନୁହେଁ ସେ ଆରାଧ୍ୟାଙ୍କ ଜନ୍ମ ପରେ ଫିଲ୍ମରେ ପୂର୍ବାପେକ୍ଷା କମ୍ ଆକ୍ଟିଭ ରହୁଛନ୍ତି । ସେ ଆରାଧ୍ୟାଙ୍କର ପାଠପଢ଼ା ଓ ତାଙ୍କର ଲାଳନ ପାଳନ ଉପରେ ପୂରା ଫୋକସ କରୁଛନ୍ତି ।