ଐଶ୍ୱର୍ଯ୍ୟାଙ୍କୁ ଖୁବ୍ ପ୍ରଶଂସା କଲେ ପ୍ରଶଂସକ , ଭାଇରାଲ ଭିଡ଼ିଓ

ମୁମ୍ୱାଇ : ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ତାଙ୍କର ପରିଚୟ ପାଇଁ କେବଳ ତାଙ୍କର ନାଁ ହିଁ ଯଥେଷ୍ଟ । ବିଶ୍ୱର ସବୁଠୁ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଜଣେ ଭାବେ ସେ ଗଣା ହୁଅନ୍ତି । ହେଲେ ଐଶ୍ୱର୍ଯ୍ୟା ଅନେକ ଥର ଏହା ସାବ୍ୟସ୍ତ କରି ଦେଖାଇଛନ୍ତି କି ସେ ଶରୀରର ସୌନ୍ଦର୍ଯ୍ୟରେ ନୁହେଁ ହୃଦୟରୁ ଖୁବ୍ ସୁନ୍ଦର ବ୍ୟକ୍ତିତ୍ୱର ଅଧିକାରିଣୀ। ଏହି ସମୟରେ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି। ତାଙ୍କର ପ୍ରଶଂସାରେ ଶତମୂଖ ହୋଇଛନ୍ତି ପ୍ରଶଂସକ। ଏବେ ଏହି ଅଭିନେତ୍ରୀଙ୍କର ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଣେ ପ୍ରଶଂସକଙ୍କୁ ଆଲଙ୍ଗନ କରୁଛନ୍ତି । ଯାହାକୁ ନେଇ ୟୁଜରମାନେ ଖୁବ୍ ଖୁସି ବ୍ୟକ୍ତି କରିଛନ୍ତି ।
Untouched by her stardom, @aishwaryaraibachchan_arb greets fans and even hugs one at #cannes .#aishwaryaraibachchan #aishwaryarai #aishwaryaraibachan #cannes2022 #cannesfilmfestival pic.twitter.com/4D3NEC9SWw
— Web Khabristan (@WebKhabristan) May 22, 2022
ସୋସିଆଲ ମିଡ଼ିଆରେ ଭାଇରାଲ ଏହି ଭିଡ଼ିଓରେ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରିବାର ନଜର ଆସୁଛନ୍ତି । ସେ କିଛି ପ୍ରଶଂସକଙ୍କୁ ଅଟୋଗ୍ରାଫ୍ ଦେଉଛନ୍ତି । ପୁଣି ଜଣେ ବ୍ୟକ୍ତି ତାଙ୍କ ଆଗରେ ହାତ ପ୍ରସାରିତ କରି ଆଲିଙ୍ଗନ କରିବାର ସଙ୍କେତ ଦେଉଛନ୍ତି ଏବଂ ଐଶ୍ୱର୍ଯ୍ୟା ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏହି ଦେଖି ଅନ୍ୟ ପ୍ରଶଂସକମାନେ ବ୍ୟକ୍ତିଙ୍କୁ ଲକି ବୋଲି କୁହନ୍ତି ।