ଉତ୍ତରାଖଣ୍ଡରେ ଆପ୍କୁ ଝଟକା : ବିଜେପିରେ ଯୋଗ ଦେଲେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିୟାଲ

livehindustan.com
ଉତ୍ତରାଖଣ୍ଡ,୨୪।୫ ଉତ୍ତରାଖଣ୍ଡର ୨୦୨୨ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କର୍ଣେଲ ଅଜୟ କୋଠିୟାଲ ବିଜେପିରେ ଯୋଗ ଦେଇଛନ୍ତି। ଅଜୟଙ୍କ ସହ ତାଙ୍କର ପ୍ରାୟ ୧୫୦ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ସେ ଗଙ୍ଗୋତ୍ରୀ ବିଧାନସଭା ସିଟରୁ ନିର୍ବାଚନ ଲଢିଥିଲେ ଏବଂ ସେଠାରୁ ପରାଜିତ ହୋଇଥିଲେ।
ମଙ୍ଗଳବାର ଭାଜପା ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକଙ୍କ ସହ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କୋଠିୟାଲ ବିଜେପିରେ ସାମିଲ ହୋଇଛନ୍ତି।
ଦଳରେ ଯୋଗଦେବା ପରେ କୋଠିୟାଲ କହିଛନ୍ତି ଯେ ସେ ବିଜେପିର ଆଦର୍ଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ। ଚମ୍ପାବତ୍ ଉପ-ନିର୍ବାଚନରେ ସିଏମ ପୁଷ୍କର ସିଂ ଧାମି ବିଜୟ ହାସଲ କରିବେ।
ସୂଚନାଯୋଗ୍ୟ ଯେ, କୋଠିୟାଲଙ୍କ ସହ ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ଭୁପେଶ ଉପାଧ୍ୟାୟଙ୍କ ସମେତ ବହୁ ସଂଖ୍ୟକ ସେମାନଙ୍କ ସମର୍ଥକ ଗତ ବୁଧବାର ଦଳରୁ ଇସ୍ତଫା ଦେଇଥିଲେ।