ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ହାଉସ୍ ଆରେଷ୍ଟ’ ବିବାଦରେ ଫସି ଥିବା ଅଜାଜ୍ ଖାନଙ୍କ ବିରୋଧରେ ଦୁଷ୍କର୍ମ କେସ୍ ରୁଜୁ , ଦେଇଥିଲେ ମିଛ ପ୍ରତିଶ୍ରୁତି

Published By : Prameya | May 5, 2025 5:02 PM

ମୁମ୍ୱାଇ : ଉଲ୍ଲୁ ଆପ୍‌ର ଶୋ’ ‘ହାଉସ୍‌ ଆରେଷ୍ଟ’କୁ ନେଇ ଖୁବ୍‌ ଉତ୍ତେଜନା ସୃଷ୍ଟି ହୋଇଛି। ଅଶ୍ଳୀଳ କଣ୍ଟେଣ୍ଟ ଦେଖାଇବା ଯୋଗୁଁ ଶୋ ଚର୍ଚ୍ଚାକୁ ଆସିଥିଲା, ଏହାପରେ ଶୋ’ର ହୋଷ୍ଟ ଏଜାଜ୍‌ ଖାନ, ପ୍ରଡ୍ୟୁସର ଓ ଉଲ୍ଲୁ ଆପ୍‌ ସହ ଜଡ଼ିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ମଧ୍ୟରେ ଏଜାଜ୍‌ ଖାନଙ୍କର ମୁସ୍କିଲ ଆହୁରି ବଢି ଯାଇଛି। ଏହା ବିରୋଧରେ ଦୁଷ୍କର୍ମ କେସ୍‌ ରୁଜୁ କରାଯାଇଛି। 

ପୀଡ଼ିତା ଅଭିନେତ୍ରୀଙ୍କ ମୁତାବିକ, ଏଜାଜ ଖାନ ଓଟିଟିରେ ଆସୁଥିବା ଶୋ’ ‘ହାଉସ୍‌ ଆରେଷ୍ଟ’ରେ ତାଙ୍କୁ ରୋଲ୍‌ ଦେବାକୁ ଡାକି ଥିଲେ। ଏହା ବ୍ୟତୀତ ଆହୁରି ଅନେକ ପ୍ରୋଜେକ୍ଟରେ ମଧ୍ୟ କାମ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଭିନେତ୍ରୀ ଏଜାଜ ଖାନଙ୍କ ବିରୋଧରେ ପୁଲିସରେ ନିଜର ଅଭିଯୋଗ ରୁଜୁ କରାଇଛନ୍ତି। ଏହାସହ ଅଭିଯୋଗ କରିଛନ୍ତି ଯେ, ଅଲଗା ଅଲଗା ସ୍ଥାନରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି। ତାଙ୍କ ମୁତାବିକ, ପ୍ରଥମେ ଏଜାଜ ଖାନ ତାଙ୍କୁ ପ୍ରପୋଜ କଲେ ଏବଂ ଏହାପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୀଡ଼ିତା ଅଭିନେତ୍ରୀଙ୍କ ମୁତାବିକ, ଏଜାଜ ଖାନ ଏହା ମଧ୍ୟ କହିଥିଲେ ଯେ, ତାଙ୍କର ଧର୍ମ ୪ଟି ବିବାହ କରିବାକୁ ଅନୁମତି ଦେଇଥାଏ। 

ହେଲେ, ରବିବାର ପୀଡ଼ିତା ଅଭିନେତ୍ରୀ ଚାରକୋପ ପୋଲିସ ଷ୍ଟେସନରେ କେସ୍‌ ରୁଜୁ କରାଇ ଥିଲେ। କେସ୍ ରୁଜୁ ହେବା ପରେ ଏଜାଜ ଖାନ୍‌ଙ୍କୁ ସଂପର୍କ କରିବାକୁ ଚେଷ୍ଟା କରାଗଲା, କିନ୍ତୁ ତାଙ୍କର ଫୋନ୍‌ ସ୍ୱିଚ୍‌ ଅଫ୍ ଥିଲା। ସେଠାରେ ଅଭିନେତାଙ୍କ ଘରକୁ ମଧ୍ୟ ପୁଲିସ ଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା, ଏହାପର ଠାରୁ ତଲାସ କରାଯାଉଛି, ଏଜାଜ ଖାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ)ର ଧାରା ୬୪ ,୬୪ (୨ ଏମ) ,୬୯,୭୪ ଅନୁସାରେ ମାମଲା ରୁଜୁ କରାଯାଇଛି। 

ହାଉସ୍‌ ଆରେଷ୍ଟର ମାମଲା କେବେ ଆରମ୍ଭ ହେଲା ? 

ଉଲ୍ଲୁ ଆପ୍‌ରେ 'ହାଉସ୍‌ ଆରେଷ୍ଟ' ନାଁର ଶୋ’ ଆରମ୍ଭ ହୋଇଥିଲା। ଯାହାକୁ ଏଜାଜ ଖାନ୍‌ ହୋଷ୍ଟ କରୁଥିଲେ। ଶୋ’ର ଅନେକ କ୍ଲିପ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଶୋ’ରେ ଝିଅଙ୍କୁ ପୋଷାକ ବାହାର କରିବା କଥା କହୁଥିବାର ଦେଖିବାକୁ ମିଳିଥିଲା। ଏହାସହ ଅଶ୍ଳୀଳ କଣ୍ଟେଣ୍ଟ ମଧ୍ୟ ଦେଖା ଯାଉ ଥିଲା। ଏହାପରେ ରାଷ୍ଟ୍ରୀୟ ମହିଳା ଆୟୋଗ ପକ୍ଷରୁ ଏହି ଶୋ’କୁ ବନ୍ଦ କରିବା କଥା ଉଠିଲା। ବର୍ତ୍ତମାନ ଏହା ଉପରେ ବ୍ୟାନ୍‌ ମଧ୍ୟ ଲଗାଯାଇଛି। ବଜରଙ୍ଗ ଦଳ ପକ୍ଷରୁ ମାମଲା ମଧ୍ୟ ରୁଜୁ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.