PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଚୟନକର୍ତ୍ତା ଟିମକୁ BCCI ବିଦା କରିବା ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟ? ଚର୍ଚ୍ଚାରେ ଏହି ପୂର୍ବତନ ଷ୍ଟାର ବୋଲରଙ୍କ ନାଁ

ନୂଆଦିଲ୍ଲୀ ୧୯/ ୧୧: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ପରାଜୟ ପରେ ଆକ୍ସନ ମୋଡ୍‌କୁ ଆସିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଶୁକ୍ରବାର ହଠାତ୍‌ ଦଳର ଚୟନକର୍ତ୍ତା କମିଟିର ପୂରା ସଦସ୍ୟଙ୍କୁ ବିଦା କରି ଚକିତ କରିଥିଲା ବିସିସିଆଇ । ବିଶ୍ବକପରେ ଦଳର ପରାଜୟ ପରେ ଅନେକ ପ୍ରଶ୍ନ ଉଠିଥିଲା । ଏହାରି ମଧ୍ୟରେ ହିଁ ବୋର୍ଡ ଏଭଳି ଆକ୍ସନ ନେଇଛି । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ସମେତ ପୂରା ଟିମକୁ ବିଦା କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ନୂଆ ଚୟନକର୍ତ୍ତା ଟିମରେ କେଉଁମାନଙ୍କୁ ସ୍ଥାନ ମିଳିବ?

ରିପୋର୍ଟ ଅନୁଯାୟୀ, ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ହେବା ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି । ପୂର୍ବରୁ ମଧ୍ୟ ସେ ଏହି ପଦବୀ ପାଇଁ ଆବେଦନ କରିଥିଲେ । କିନ୍ତୁ ପୂର୍ବ ଥର ହୋଇଥିବା ଚୟନକର୍ତ୍ତା ନିର୍ବାଚନରେ ପଛକୁ ହଟିଯାଇଥିଲେ ଅଗରକର । ଏବେ ପୁଣି ଥରେ ସେ ଚିଫ୍‌ ସିଲେକ୍ଟର ହେବାନେଇ ଜୋର ଧରିଛି ଚର୍ଚ୍ଚା ।

ବିସିସିଆଇ ବୁଝିସୁଝି ନୂଆ ଚୟନକର୍ତ୍ତା ବାଛିବ । କାରଣ ପୂର୍ବ ଚୟନକର୍ତ୍ତା ଟିମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ଖେଳାଳିମାନେ ମଧ୍ୟ ଖୋଲାଖୋଲି ଭାବେ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଶ୍ବ ପରାଜୟ ପଛରେ ମଧ୍ୟ ସିଲେକ୍ଟର ଟିମ୍‌ କେଉଁଠି ନା କେଉଁଠି ଭୁଲ କରିଥିଲା ତାହା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ନୂଆ ଟିମ୍‌ ହେବାକୁ ଯାଉଥିବାରୁ ବିସିସିଆଇ ସେ ଦିଗରେ ଅଧିକ ଫୋକସ୍‌ କରୁଛି । ବର୍ତ୍ତମାନ ସୁଦ୍ଧା ଅଜିତ ଅଗରକରଙ୍କ ପକ୍ଷରୁ ସେଭଳି କୌଣସି ପ୍ରତିକ୍ରିୟା ମିଳିନାହିଁ ।

ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ କ’ଣ ଯୋଗ୍ୟତା ଆବଶ୍ୟକ?

କୌଣସି ଖେଳାଳି ୭ କିମ୍ବା ତା’ ଠାରୁ ଅଧିକ ମ୍ୟାଚ୍‌ ଖେଳିଥିବେ
୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ଆବଶ୍ୟକ
୧୦ଟି ଦିନିକିଆ କିମ୍ବା ୨୦ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବେ
୫ ବର୍ଷ ପୂର୍ବରୁ କ୍ରିକେଟରୁ ଅବସର ନେଇସାରିଥିବେ
ବିସିସିଆଇର କୌଣସି କମିଟିରେ ସଦସ୍ୟ ନଥିବେ
ଆଗାମୀ ୫ ବର୍ଷ ପାଇଁ ପଦବୀରେ ରହିପାରୁଥିବା ଆବଶ୍ୟକ

ଅଜିତ ଅଗରକରଙ୍କ କ୍ରିକେଟ୍‌ କ୍ୟାରିୟର

ଦଳ ପାଇଁ ଅଜିତ ଅଗରକର ମୋଟ ୨୬ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୫୮ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ୧୯୧ଟି ଦିନିକିଆରୁ ୨୮୮ଟି ଓ୍ବିକେଟ ଏବଂ ୪ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳି ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଆଇପିଏଲରେ ୩୨ଟି ମ୍ୟାଚ ଖେଳି ୨୯ଟି ଓ୍ବିକେଟ ନେଇଛନ୍ତି ଭେଟେରାନ୍‌ ଅଜିତ ଅଗରକର ।

ସମ୍ବନ୍ଧିତ ଖବର