ମୁମ୍ବାଇ, ୧/୨ : ଅଜିତ ପାଓ୍ବାରଙ୍କ ପରଲୋକ ମହରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି କରିଛି । ପତ୍ନୀ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ମାତ୍ର ଦଳର ମଙ୍ଗ କିଏ ସମ୍ଭାଳିବେ ? କିଏ ହେବେ ଦଳର ସଭାପତି ? ଏହାକୁ ଏବେ ଚାଲିଛି ଅଙ୍କକଷା । ଅଜିତ ପାଓ୍ବାରଙ୍କ ପରଲୋକ ପରେ ଏବେ ମହାରାଷ୍ଟ୍ର ରାଜନୀତିରେ ଏକ ଚର୍ଚ୍ଚା ହେଉଛି କି, ପ୍ରଫୁଲ୍ଲ ପଟେଲ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ ତୁଲାଇବେ । ମାତ୍ର ଏକ ଗୁଜବ ବୋଲି ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଫୁଲ୍ଲ ।
I have noted few reports circulating in the media regarding my appointment as the National President of the Nationalist Congress Party. I wish to state with absolute clarity that these reports are totally baseless and lack any truth.
— Praful Patel (@praful_patel) February 1, 2026
The Nationalist Congress Party is a…
ସେ ପୋଷ୍ଟରେ ଲେଖିଛନ୍ତି କି, କିଛି ଗଣମାଧ୍ୟମରେ ମୁଁ ସଭାପତି ଭାବେ କାର୍ଯ୍ୟ ତୁଲାଇବି । ଯେଉଁଥିରେ କିଛି ମଧ୍ୟ ସତ୍ୟତା ନାହିଁ । ଆମର ବରିଷ୍ଟ ନେତୃ ମଣ୍ଡଳୀ ଦଳର ସଭାପତି ପଦ କିଏ ସମ୍ଭାଳିବେ ଏହା ଉପରେ ଆଲୋଚନା କରିବେ । ସେପଟେ ଏନସିପିର ଦୁଇ ଗୋଷ୍ଠୀ ଏକାଠି ହେବେ ବୋଲି ଚର୍ଚ୍ଚା ଚାଲିଛି । ମାତ୍ର ଦୁଇ ଗୋଷ୍ଠୀ ମଧ୍ୟରେ କିଛି ଠିକ ଚାଳିନାହିଁ । ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଛି । ତେବେ ଉଭୟ ଗୋଷ୍ଠୀ ଏକାଠି ହେବାର ମଧ୍ୟ ସଙ୍କେତ ମିଳୁଛି । ଏବେ ଦିଲ୍ଲୀରେ ରହିଛନ୍ତିୁ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ । ଏଣୁ ସେ ଉଭୟ ଗୋଷ୍ଠୀକୁ ଏକ କରିବେ ବୋଲି ଆଲୋଚନା ହେଉଛି । ସେପଟେ ଯଦି ଉଭୟ ଗୋଷ୍ଠି ଏକ ହୁଅନ୍ତି ତାହେଲେ କିଏ ମଙ୍ଗ ସମ୍ଭାଳିବେ ? ଅଲଗା ରହିଲେ ଏନସିପି(ଅଜିତ ପାଓ୍ବାର) ଦଳର କିଏ ଦାୟିତ୍ବ ନେବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ମହାରାଷ୍ଟ୍ର ରାଜନୀତିରେ କିଭଳି ଘଡ଼ିକେ ଘୋଡ଼ା ଛୁଟେ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା ।
ଏହାସହ ପଢ଼ନ୍ତୁ : ସବୁ ଠିକ୍ ଚାଲିଛି ତ ? ମୁମ୍ବାଇ ଆସିଲେ ଶରଦ ପାଓ୍ବାର, ବାରମତୀ ଚାଲିଗଲେ ସୁନେତ୍ରା