କଂଗ୍ରେସକୁ ଆଉ ଏକ ଝଟକା! ଏକେ ଆଣ୍ଟୋନୀଙ୍କ ପୁଅ ଛାଡିଲେ ଦଳ,ଟ୍ୱିଟ୍ ଡିଲିଟ୍ କରିବାକୁ ପକାଯାଉଥିଲା ଚାପ

ନୂଆଦିଲ୍ଲୀ,୨୫।୧: ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରା ଭିତରେ କଂଗ୍ରେସ ଦକ୍ଷିଣ ଭାରତରେ ଲାଗିଛି ବଡ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀର ପୁଅ ଅନିଲ କେ ଆଣ୍ଟୋନୀ କଂଗ୍ରେସ ପାର୍ଟିର ସବୁ ପଦରୁ ଇସ୍ତଫା ଦେଇଛନ୍ତି। ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ବୁଧବାର ଟ୍ବିଟ୍ କରି ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।
ଅନିଲ ଆଣ୍ଟୋନୀ ଟ୍ୱିଟ୍ କରି କହିଛନ୍ତି, ମୁଁ କଂଗ୍ରେସରୁ ନିଜର ସବୁ ପଦରୁ ଇସ୍ତଫା ଦେଇଛି। ମୋ ଉପରେ ଗୋଟିଏ ଟ୍ବିଟ୍କୁ ଡିଲିଟ୍ କରିବାର ଚାପ ପକାଯାଉଥିଲା। ତାହା ପୁଣି ତାଙ୍କ ପକ୍ଷରୁ ଯେଉଁମାନେ ଅଭିବ୍ୟକ୍ତିର ସ୍ବାଧୀନତା ପାଇଁ ଠିଆ ହୋଇଥିବାର କଥା କୁହନ୍ତି। ମୁଁ ମନା କରିଦେଇଛି।’ ସେ କହିଛନ୍ତି, “ମୁଁ ରାଜ୍ୟ ନେତୃତ୍ୱର ସମସ୍ତଙ୍କୁ ଏବଂ ଡକ୍ଟର ଶଶି ଥରୁରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି, ଯିଏକି ଅସଂଖ୍ୟ ଦଳର କର୍ମୀଙ୍କ ସହ ମୋତେ ସମର୍ଥନ କରିଥିଲେ ଏବଂ ମୋର କାର୍ଯ୍ୟକାଳ ମଧ୍ୟରେ ମୋତେ ମାର୍ଗଦର୍ଶନ କରିଥିଲେ। ମୋର ବିଶ୍ୱାସ ଯେ ମୋର କିଛି ଅନନ୍ୟ ଶକ୍ତି ଅଛି, ଯାହା ମୋତେ ଯୋଗଦାନ କରିବାର ସୁଯୋଗ ଦେଇଛି। ତଥାପି ଏବେ ମୁଁ ଜାଣିବାକୁ ପାଇଛି ଶୀର୍ଷ ନେତାମାନେ କେବଳ ଚାଟୁକାର ଓ ଚାମଚାଙ୍କ ସହିତ କାମ କରିବାକୁ ଉତ୍ସୁକ।
ଉଲ୍ଲେଖନୀୟ ଯେ, ବିବିସି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୨ ଗୁଜରାଟ ଦଙ୍ଗା ଉପରେ ହୋଇଥିବା ଡକ୍ୟୁମେଣ୍ଟରୀରେ ଆଣ୍ଟୋନୀ ସରକାରଙ୍କ ସାଥ୍ ଦେଇଥିଲେ। ଏହାପରେ କଂଗ୍ରେସ ଭିତରେ ତାଙ୍କର ବିରୋଧ ହେଉଥିଲା ଓ ଟ୍ବିଟ୍ ଫେରାଇ ନେବାର ଚାପ ପକାଯାଉଥିଲା। ମଙ୍ଗଳବାର ଅନିଲ ଆଣ୍ଟୋନି କହିଛନ୍ତି ଯେ ଭାରତୀୟ ଅନୁଷ୍ଠାନ ଉପରେ ବ୍ରିଟିଶ ବ୍ରଡକାଷ୍ଟର ବିବିସିର ମତକୁ ଅଗ୍ରାଧିକାର ଦେବା ଦେଶର ସାର୍ବଭୌମତ୍ବକୁ କ୍ଷୁର୍ଣ୍ଣ କରିବା। ଅନିଲ ଆଣ୍ଟୋନି ତାଙ୍କର ଏକ ଟ୍ୱିଟରେ ଲେଖିଛନ୍ତି ଯେ ଯେଉଁମାନେ ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜ୍ୟାକ୍ ଷ୍ଟ୍ରୋଙ୍କ ମତକୁ ସମର୍ଥନ କରନ୍ତି ସେମାନେ ଭାରତୀୟ ଅନୁଷ୍ଠାନ ପାଇଁ ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରୁଛନ୍ତି। କାରଣ ଇରାକ ଯୁଦ୍ଧର ପଛରେ ଜ୍ୟାକ୍ ଷ୍ଟ୍ରୋ ଙ୍କ ଭୂମିକା ଥିଲା।। ବିଜେପି ସହ ପ୍ରମୁଖ ମତଭେଦ ପରେ ବି ଏହା ଆମର ସାର୍ବଭୌମତ୍ବକୁ କ୍ଷୁର୍ଣ୍ଣ କରିବ ବୋଲି ସେ କହିଛନ୍ତି। ଅନିଲ ଆଣ୍ଟୋନିଙ୍କ ଇସ୍ତଫା ଏକ ସମୟରେ ଆସିଛି ଯେତେବେଳେ କେରଳ କଂଗ୍ରେସର ସଂଖ୍ୟାଲଘୁ ପ୍ରକୋଷ୍ଟାର ଅଧ୍ୟକ୍ଷ ଶିହାବୁଦ୍ଦିନ କରିଆତ କହିଛନ୍ତି ଯେ ଗଣତନ୍ତ୍ର ଦିବସରେ ଦଳର ଜିଲ୍ଲା ମୁଖ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହେବ।