ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଡିୟୁ ଛାତ୍ରୀ ନିଖୋଜ, ଶେଷ ଲୋକେସନ୍‌ ସିଗ୍‌ନେଚର ବ୍ରିଜ୍‌; ୭ ଦିନ ପରେ ବି ପୁଲିସର ହାତ ଖାଲି

Published By : Tapas Panda | July 13, 2025 8:25 PM

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ତ୍ରିପୁରାର ୧୯ ବର୍ଷୀୟା ଛାତ୍ରୀ ସ୍ନେହା ନିଖୋଜ । ଏହି  ଘଟଣା ପୁଣିଥରେ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ସ୍ନେହା ଦେବନାଥଙ୍କ ଶେଷ ସ୍ଥାନ(ଲୋକେସନ୍‌) ସିଗନେଚର ବ୍ରିଜ୍ ବୋଲି ଜଣାପଡିଛି। ଏହି ଘଟଣା ଜାତୀୟ ରାଜଧାନୀର ରାସ୍ତାଗୁଡ଼ିକରେ ସିସିଟିଭି କଭରେଜର ତ୍ରୁଟିକୁ ପ୍ରକାଶ କରିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆତ୍ମାରାମ ସନାତନ ଧର୍ମ କଲେଜର ଛାତ୍ରୀ ସ୍ନେହା ଦେବନାଥ ତ୍ରିପୁରାର ବାସିନ୍ଦା ଏବଂ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଆସିଥିଲେ। 

ଜୁଲାଇ ୭ ରେ ସେ ଜଣେ ବନ୍ଧୁଙ୍କୁ ସରାଇ ରୋହିଲା ରେଳ ଷ୍ଟେସନରେ ଛାଡିବାକୁ ଯାଇଥିଲେ। ସେବେଠାରୁ ସେ ନିଖୋଜ ଅଛନ୍ତି। ସ୍ନେହାଙ୍କ ପରିବାର ତାଙ୍କୁ ଖୋଜୁଛନ୍ତି ଏବଂ ତାଙ୍କୁ ଖୋଜିବାରେ ସାହାଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଛନ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ କାର୍ଯ୍ୟାଳୟ ଛାତ୍ରୀଙ୍କୁ ଖୋଜିବା ଲାଗି ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛି। ସ୍ନେହା ଦେବନାଥ ହେଉଛନ୍ତି ସେନାର ପୂର୍ବତନ ସୈନିକ ସୁବେଦାର ମେଜର ପ୍ରୀତିଶ ଦେବନାଥଙ୍କ ଝିଅ । ପ୍ରୀତିଶ ଦେବନାଥଙ୍କ କିଡନୀ ଖରାପ ଥିବା ବେଳେ ତାଙ୍କର ଡାଏଲିସିସ୍ ଚାଲିଛି । 

ସ୍ନେହାଙ୍କ ମା’ କହିଛନ୍ତି ଯେ, ଜୁଲାଇ ୭ରେ ସେ (ସ୍ନେହା) ଆମକୁ କହିଥିଲା ତାଙ୍କ ବନ୍ଧୁଙ୍କୁ ଛାଡ଼ିବାକୁ ସରାଇ ରୋହିଲା ରେଳ ଷ୍ଟେସନ ଯାଉଛି । ତା ସହ ଶେଷ ଥର ପାଇଁ ସକାଳ ୫.୫୬ ରେ ଯୋଗାଯୋଗ ହୋଇଥିଲା। ପରେ ସକାଳ ୮.୪୫ ରେ ପୁଣି ଫୋନ୍ କରିଥିଲୁ ହେଲେ ତାର ଫୋନ୍ ବନ୍ଦ ଥିଲା। ଆମେ ଜାଣିବାକୁ ପାଇଲୁ ଯେ, ତାଙ୍କ ବନ୍ଧୁ ସେହିଦିନ ସକାଳେ ସ୍ନେହାଙ୍କୁ ଭେଟି ନଥିଲେ । କ୍ୟାବ୍ ଡ୍ରାଇଭରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ସେ ତାଙ୍କୁ ରେଳ ଷ୍ଟେସନରେ ନୁହେଁ ବରଂ ସିଗ୍ନେଚର ବ୍ରିଜରେ ଛାଡି ଦେଇଛନ୍ତି । ସେଠାରେ ଗୋଟିଏ ବି ସିସି ଟିଭି କ୍ୟାମେରା କାମ କରେ ନାହିଁ । 

ସ୍ନେହାଙ୍କ ଶେଷ ଲୋକେସନ୍‌ ଏବଂ ଆଖପାଖ ଅଞ୍ଚଳରେ ଯାଞ୍ଚ କରାଯାଇଛି । ଜୁଲାଇ ୯ ରେ ଏନଡିଆରଏଫ ୭ କିଲୋମିଟର ମଧ୍ୟରେ ଖୋଜାଖୋଜି କରିଥିଲା, କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସେ ତାଙ୍କ ସହିତ କୌଣସି ଜିନିଷପତ୍ର ନେଇ ନଥିଲେ । ସ୍ନେହା ୪ ମାସ ଧରି ତାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଇ ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି, ସ୍ନେହା ନିଖୋଜ ହେବାର ୪୮ ଘଣ୍ଟାରୁ ଅଧିକ ସମୟ ପରେ ଏଫଆଇଆର ରୁଜୁ ହୋଇଥିଲା। ପରିବାର ଲୋକ କହିଛନ୍ତି, ‘ଆମର ଦୃଢ଼ ବିଶ୍ୱାସ ଯେ, ଯଦି ସିଗନେଚର ବ୍ରିଜ୍ ଏବଂ ଆଖପାଖରେ ଲାଗିଥିବା ସିସି କ୍ୟାମେରା କାମ କରୁଥାନ୍ତା, ତେବେ ଆମ ଝିଅର କ'ଣ ହୋଇଛି ତାହା ଆମେ ଜାଣିପାରିଥାନ୍ତୁ।’ ସ୍ନେହାଙ୍କ ପରିବାରର ଅଭିଯୋଗ ଆଧାରରେ, ପୁଲିସ ଅପହରଣ ମାମଲା ରୁଜୁ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.